ହକି ବିଶ୍ୱ କପ୍‌ : ଜର୍ମାନୀକୁ ହରାଇ ସେମିଫାଇନାଲ୍‌ରେ ବେଲଜିୟମ, ଇଂଲଣ୍ଡ ସହ ହେବ ଲଢ଼େଇ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭଲ ଲଢ଼େଇ ହେଲା । ତେବେ ଟିକେ ଦୁର୍ବଳ ଥିବା ଜର୍ମାନୀକୁ ୨-୧ ଗୋଲ୍‌ରେ ହରାଇ କ୍ୱାର୍ଟରଫାଇନାଲ୍‌ରେ ଜିତିଲା ବେଲଜିୟମ । ଚତୁର୍ଦ୍ଦଶ ହକି ବିଶ୍ୱ କପ୍‌ ସେମିଫାଇନାଲ୍‌ରେ ବେଲଜିୟମର ମୁକାବିଲା ଇଂଲଣ୍ଡ ସହିତ ହେବ ।
କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ହକି ବିଶ୍ୱକପ୍‌ରେ ଆଜି ପ୍ରଥମ କ୍ୱାର୍ଟରଫାଇନାଲ୍‌ ମ୍ୟାଚ୍‌ରେ ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲା ଜର୍ମାନୀ । ୧୪ ମିନିଟ୍‌ରେ ଗୋଲ୍‌ଟି ସ୍କୋର କରିଥିଲେ ଡାଇଟର ଲିଙ୍କୋଜେଲ । ତେବେ ବେଲଜିୟମ ସଂଗ୍ରାମ କରି ଠିକ୍‌ ୪ ମିନିଟ୍‌ ପରେ ଆଲେକଜାଣ୍ଡାର ହେଣ୍ଡରିକ୍ସଙ୍କ ଜରିଆରେ ଗୋଲ୍‌ ଶୁଝାଇ ଦେଇଥିଲା ।

BELGIUM-2
ଏହା ପରେ ଦୀର୍ଘ ସମୟ ଧରି ଚାଲିଲା ଲଢ଼େଇ । କିଏ କାହାକୁ ମାତ୍‌ ଦେବ । ଉଭୟ ଦଳ କିଛି କିଛି ସୁଯୋଗ ମଧ୍ୟ ହାତଛଡ଼ା କଲେ । ତେବେ ଶେଷ କ୍ୱାର୍ଟରରେ ମ୍ୟାଚ୍‌ର ୫୦ତମ ମିନିଟ୍‌ରେ ଟମ୍‌ ବୁନ୍‌ ଯେଉଁ ଗୋଲ୍‌ ଦେଲେ ସେଥିରେ ବେଲଜିୟମ ସେମିଫାଇନାଲ୍‌କୁ ଟିକେଟ୍‌ କାଟିଲା । ଦଳର ଆର୍ଥର ଭାନ୍‌ ଡୋରେନ୍‌ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ଦଳଗତ ପ୍ରୟାସ ଯୋଗୁଁ ତାଙ୍କ ଟିମ୍‌ ଜିତିଲା ବୋଲି ମ୍ୟାଚ୍‌ ଶେଷରେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.