Below header

ଜିନ୍ଦଲ ସିମେଣ୍ଟ କାରଖାନାରେ ଅଘଟଣ: ଲୁହା ଖମ୍ବରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

ସୁନ୍ଦରଗଡ଼(କେନ୍ୟୁଜ୍): ଜିନ୍ଦଲ ସିମେଣ୍ଟ କାରଖାନାରେ ଘଟିଛି ଅଘଟଣ। ବଡ ଲୁହା ଖମ୍ବ ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା।  କୁତ୍ରା ନିକଟସ୍ଥ ଜିନ୍ଦଲ ସିମେଣ୍ଟ କାରଖାନାରେ ବିଳମ୍ବିତ ରାତିରେ ଏକ ଟ୍ରେଲରରୁ ବଡ଼ ବଡ଼ ଲୁହା ଖମ୍ବ ହାଇଡ୍ରା ଯୋଗେ  କଢାଯାଉଥିଲା। ଏହି ସମୟରେ ଅସାବଧାନତା ଯୋଗୁଁ ଏକ ଲୁହା ଖମ୍ବ ଜଣେ କାର୍ଯ୍ୟରତ ଶ୍ରମିକ ଉପରରେ ପଡି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକଙ୍କ ନାଁ ଆକାଶ ବାରବିଆ ଓ ତାଙ୍କ ଘର ଝାଡ଼ଖଣ୍ଡ ଅଞ୍ଚଳରେ ବୋଲି ଜଣାପଡିଛି।

ପୂର୍ବରୁ ମଧ୍ୟ ଅନେକ ଥର ଏହିଭଳି ଦୁର୍ଘଟଣା ଘଟିଛି। ଶ୍ରମିକମାନଙ୍କ କାରଖାନା କର୍ତ୍ତୃପକ୍ଷ ସୁରକ୍ଷା ପାଇଁ କୌଣସି ଉପକରଣ ଦେଉ ନଥିବାରୁ ଏହି ଭଳି ଦୁର୍ଘଟଣା ବାରମ୍ବାର ଘଟୁଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.