ୟୁକ୍ରେନ୍‌ର ଇଣ୍ଡଷ୍ଟ୍ରିଆଲ୍‌ ହବ୍‌ ଡୋନବାସକୁ କବ୍‌ଜା କରିବା ଆରମ୍ଭ କଲାଣି ରୁଷ୍‌, ବଢ଼ାଇଲା ସୈନ୍ୟ ସଂଖ୍ୟା

ରୁଷ୍‌ ସେନା ଧୀରେ ଧୀରେ ୟୁକ୍ରେନ୍‌ର ସବୁ ବଡ଼ ବଡ଼ ସହରରକୁ ନିଜ କବ୍‌ଜାକୁ ନେବା ଆରମ୍ଭ କରିଛି। ଏହି ଧାରାରେ ଏବେ ଆରମ୍ଭ ହୋଇଛି ଡୋନବାସ ଯୁଦ୍ଧ। ରୁଷର ଡୋନବାସ ଯୁଦ୍ଧ ଆରମ୍ଭ ହୋଇଛି ବୋଲି କହିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି। ପୂର୍ବ ୟୁକ୍ରେନରେ ବହୁ ରୁଷ ସୈନ୍ୟ ଠୁଳ ହୋଇଛନ୍ତି। ସେମାନେ ପ୍ରଚୁର ଅସ୍ତ୍ରଶସ୍ତ୍ର ସହ ସହରକୁ କବ୍‌ଜା କରିବାକୁ ପ୍ରସ୍ତୁତି କରି ଆସିଛନ୍ତି ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଜେଲେନ୍‌ସ୍କି।

ଏଭଳି ସ୍ଥିତିରେ ବି ହାର୍‌ ମାନି ନାହାନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲୋଦିମିର ଜେଲେନ୍‌ସ୍କି। ସେ କହିଛନ୍ତି-ରୁଷ ଯାହା କଲେ ବି ଆମେ ନିଜକୁ ରକ୍ଷା କରିବା। ଆମେ ଲଢ଼ିବା, ୟୁକ୍ରେନ କିଛି ଦେବ ନାହିଁ। ପ୍ରତିବନ୍ଧକ ପାଇଁ ରୁଷର ସାମରିକ ଉତ୍ପାଦନ ପ୍ରଭାବିତ ହୋଇଛି। ଫଳରେ ରୁଷ୍‌ ନୂଆ ମିସାଇଲ, ଯୁଦ୍ଧ ବିମାନ, ଜାହାଜ ତିଆରି କରିପାରିନାହିଁ ବୋଲି କହିଛନ୍ତି ଜେଲେନସ୍କି।

ସୂଚନାଯୋଗ୍ୟ ଯେ ୫୫ ଦିନରେ ଯୁଦ୍ଧ। ଲଢ଼ୁଆ ଜବାବ ଦେଉଛି ୟୁକ୍ରେନ୍‌। ରୁଷ୍‌ର କ୍ଷତି ବଢ଼ୁଛି। ସେନା ବାହିନୀ ସହ ବିପୁଳ ଅସ୍ତ୍ରଶସ୍ତ୍ର ହରାଉଛି ରୁଷ୍‌। ରୁଷ୍‌ ସୈନ୍ୟଙ୍କ ରକ୍ତରେ ଭିଜୁଛି ୟୁକ୍ରେନ୍‌ ମାଟି। ଇତି ମଧ୍ୟରେ ପୁଟିନ୍‌ ବାହିନୀର ୨୦ ହଜାର ୬୦୦ ସୈନ୍ୟ ନିହତ ହେଲେଣି। କେତେ ଅସ୍ତ୍ରଶସ୍ତ୍ର ହରାଉଛି ତାର ହିସାବ ନାହିଁ। ରୁଷ୍‌ର ୭୯୦ ଟ୍ୟାଙ୍କ ଧ୍ୱଂସ ହୋଇଗଲାଣି। ଏ ଯାଏଁ ୧୬୭ ଫାଇଟର ଜେଟ୍‌ ଏବଂ ୧୪୭ ଲଢ଼ୁଆ ହେଲିକପ୍‌ଟର ହରାଇଲାଣି ରୁଷ୍‌ । ବିଶାଳ ଯୁଦ୍ଧ ଜାହାଜ ମସ୍କଭାକୁ ହରାଇଛି।

Also Read: ୫୪ ଦିନରେ ରୁଷ-ୟୁକ୍ରେନ୍‌ ଯୁଦ୍ଧ, ପୁଟିନ୍‌ ବାହିନୀର ଲକ୍ଷ ଲକ୍ଷ ଯବାନଙ୍କୁ ମାରିଲେଣି ଜେଲେନ୍‌ସ୍କି ସେନା