ବୋଟ୍‌ରୁ ଡେଇଁ ପହଁରି ପହଁରି ପଳାଇଲା ମହାବଳ, ଭିଡିଓ ଦେଖିଲେ ମନେ ପଡ଼ିଯିବ ‘ଲାଇଫ୍‌ ଅଫ୍‌ ପାଏ’

ବୋଟ୍‌ ପହଞ୍ଚିବା ଯାଏ ଅପେକ୍ଷା କଲାନି ମହାବଳ। ସିଧା ଡେଇଁ ପଡ଼ିଲା ପାଣିକୁ। ଆଉ ଦୀର୍ଘ ବାଟ ପହଁରିବା ପରେ ପହଞ୍ଚିଲା ଜଙ୍ଗଲରେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ସୁନ୍ଦରବନରେ। ଏଠାରେ ଉଦ୍ଧାର ହୋଇଥିବା ଏକ ମହାବଳକୁ ସୁନ୍ଦରବନ ଜଙ୍ଗଲରେ ଛାଡ଼ିବାକୁ ନିଆଯାଉଥିଲା। କିନ୍ତୁ ଅଧାବାଟରେ ପାଣିକୁ ଲମ୍ଫ ମାରିଲା ମହାବଳ। ନିର୍ଭୟରେ ପହଁରି ପହଁରି ସୁନ୍ଦରବନରେ ପହଞ୍ଚିଥିଲା। ବାଘର ଡେଇଁବା ଦୃଶ୍ୟ ଦେଖିଲେ ଫିଲ୍ମ ଲାଇଫ୍‌ ଅଫ୍‌ ପାଏ ମନେ ପଡ଼ିଯାଉଛି। ଟାଇଗରର ଏହି ଲମ୍ଫ ଦେବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ବାଘଟି ଡେଇଁବା ପରେ ଆଉ ପଛକୁ ବି ବୁଲି ଦେଖିନଥିଲା।

ବାଘର ଏହି ଭିଡିଓକୁ ଆଇଏଫଏସ୍‌ ପରବିନ୍ କଲଓ୍ଵାନ୍‌ ସେୟାର କରିଛନ୍ତି। ଟ୍ଵିଟରରେ ଭିଡିଓ ସେୟାର କରି ଲେଖିଛନ୍ତି,ଲମ୍ଫ ପ୍ରଦାନ କରୁଥିବା ବାଘ, ରେସ୍‌କ୍ୟୁ ପୂର୍ବ ଓ ପରର ଭିଡିଓ। ‘ଲାଇଫ୍‌ ଅଫ୍‌ ପାଏ’ ର ଦୃଶ୍ୟ ମନେ ପଡ଼ି ଯାଉଛି।

ଦେଖନ୍ତୁ ଭିଡିଓ:


ପୋଷ୍ଟ କରିବା ପରେ ଏହି ଭିଡିଓକୁ ୮୮,୯୯୯ରୁ ଅଧିକ ଥର ଦେଖାସରିଲାଣି। ଏହି ଭିଡିଓକୁ ଇତି ମଧ୍ୟରେ ୪ ହଜାର ଲୋକ ପସନ୍ଦ କରିଛନ୍ତି ଓ ତାହା ଲୋକପ୍ରିୟ ହେବାରେ ଲାଗିଛି। ଜଣେ ୟୁଜର ଲେଖିଛନ୍ତି- କି ଶବ୍ଦ, କେତେ ସ୍ପିଡ୍‌ରେ ବାଘ ପହଁରୁଛି। ଏହା ସତରେ ଭାରି ଭଲ ଲାଗିଲା।

ଏହା ପୂର୍ବରୁ ଏକ ହିମାଳୟ ଭାଲୁର ଭିଡିଓ ସେୟାର କରିଥିଲେ ଏହି ଆଇଏଫଏସ୍‌ ଅଧିକାରୀ। ସେତେବେଳେ କ୍ୟାପସନ୍‌ରେ ଲେଖିଥିଲେ- ସ୍ୱାଧୀନତା ଏମିତି ଲାଗେ। ଏକ ହିମାଳୟୀ ଜଙ୍ଗଲୀ ଭାଲୁ ଫସିଯାଇଥିଲା। ଆମ ଟିମ୍‌ ତାକୁ ଉଦ୍ଧାର କରିଛି ଓ ବଞ୍ଚାଇ ଦେଇଛି। ଆମେ ସଫଳ ହୋଇଛୁ। ଏହି କାମକୁ ଟିମ୍‌ ଓ୍ଵାର୍କ କୁହାଯାଏ।

Also Read: ୟୁକ୍ରେନ୍‌ର ଇଣ୍ଡଷ୍ଟ୍ରିଆଲ୍‌ ହବ୍‌ ଡୋନବାସକୁ କବ୍‌ଜା କରିବା ଆରମ୍ଭ କଲାଣି ରୁଷ୍‌, ବଢ଼ାଇଲା ସୈନ୍ୟ ସଂଖ୍ୟା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.