ମହିଳା ଦିବସରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି (କେନ୍ୟୁଜ୍) : ବିଶ୍ୱ ମହିଳା ଦିବସ ଅବସରରେ ଆତ୍ମସମର୍ପଣ କଲା ମହିଳା ମାଓବାଦୀ। ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲା ମାଓନେତ୍ରୀ ଦେବେ ସୋଡି। ସେ ୨୦୧୨ରୁ ଛତିଶଗଡ଼ ଦରଭା ଡିଭିଜନ ମାଓ ସଙ୍ଗଠନର ଏରିଆ କମିଟି ମେମ୍ବର ଭାବେ କାମ କରୁଥିଲା । ତାକୁ ଧରିବା ପାଇଁ ରାଜ୍ୟ ସରକାର ୪ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲେ । ପୋଲିସ ଇନଫର୍ମର ସନ୍ଦେହରେ ସାଧାରଣ ଲୋକଙ୍କୁ ହତ୍ୟା ଓ ଅନେକ ଗୁଳିବିନିମୟ ଘଟଣାରେ ଦେବେ ସୋଡିର ସଂପୃକ୍ତି ରହିଥିଲା । ତେବେ ମାଓ ସଙ୍ଗଠନର କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସେ ଆତ୍ମସମର୍ପଣ କରିଥିବା କହିଛନ୍ତି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଥଇଥାନ ନୀତି ଅନୁସାରେ ତାଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଏସ୍‌ପି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.