ଚଳନ୍ତା ଟ୍ରେନ୍‌ ତଳୁ ମହିଳାଙ୍କ ଜୀବନ ବଞ୍ଚାଇଲେ ଆର୍‌ପିଏଫ୍‌ କନେଷ୍ଟବଳ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (କେ ନ୍ୟୁଜ୍‌) : କିଛି ସମୟ ତଳର ଘଟଣା । ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଅଳ୍ପକେ ବଞ୍ଚିଗଲା ଗୋଟିଏ ଜୀବନ । ଚଳନ୍ତା ଟ୍ରେନ୍‌ ତଳେ ପଡ଼ି ଯାଇଥିବା ମହିଳା ଜଣକୁ ଅତି ତତ୍ପରତାର ସହ ଟାଣି ଆଣିଲେ ରେଳବାଇ ପୋଲିସ୍‌ କର୍ମଚାରୀ ।
ଘଟଣା ଘଟିଛି ଆଜି ସନ୍ଧ୍ୟା ଠିକ୍‌ ୫.୨୦ ମିନିଟ୍‌ରେ । ରମାଦେବୀ ବିଶ୍ୱବିଦ୍ୟାଳୟର ଆଇ.ଟି. ଅଧ୍ୟାପିକା ନିବେଦିତା ସାହୁ ପୁରୀ-ସମ୍ବଲପୁର ଏକ୍ସପ୍ରେସ୍‌ରେ ଚଢ଼ିବା ବେଳେ ତାଙ୍କ ଗୋଡ଼ ଖସିଗଲା । ସେ ଚଳନ୍ତା ଟ୍ରେନ୍‌ ତଳେ ପଡ଼ି ଯାଉଥିବା ବେଳେ ସେଠାରେ ମୁତୟନ ଥିବା ଆର୍‌ପିଏଫ୍‌ କନେଷ୍ଟବଳ ସୁବ୍ରତ କୁମାର ମହାରଣା ଅତି କ୍ଷୀପ୍ର ବେଗରେ ତୁରନ୍ତ ତାଙ୍କୁ ଟ୍ରେନ୍‌ ଓ ପ୍ଲାଟଫର୍ମ ମଝିରୁ ଟାଣି ଆଣିଥିଲେ ।

TICKET

ଖାଲି ନିବେଦିତାଙ୍କ ଜୀବନ ବଞ୍ଚି ଯାଇ ନଥିଲା ସେ ଆହତ ହେବାରୁ ବି ବଞ୍ଚି ଯାଇଥିଲେ । ଏଭଳି ଘଟଣା ଦେଖଇ ସେଠାରେ ଉପସ୍ଥିତ ଅନ୍ୟମାନେ ସ୍ତବ୍‌ଧ ହୋଇଯାଇଥିଲେ । ନିଜେ ନିବେଦିତା ବି ହତବାକ୍‌ ହୋଇ ଯାଇଥିଲେ । ହେଲେ ସମସ୍ତେ ପ୍ରଶଂସା କରିଛନ୍ତି ସୁବ୍ରତଙ୍କ ଉପସ୍ଥିତ ବୁଦ୍ଧି ଓ ସାହସକୁ । ଆଉ ଏକ ବଡ଼ କଥା ହେଉଛି ଆସନ୍ତାକାଲି ନିବେଦିତାଙ୍କ ନିର୍ବନ୍ଧ ଅଛି । ନୂଆ ଜୀବନ ପାଇଛନ୍ତି ସେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.