ଉଡ଼ାଣ ଭରିବା ବେଳେ ବିମାନ ସାମ୍ନାକୁ ଚାଲିଆସିଲା ଜିପ୍, ପାଇଲଟ୍ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ
ପୁଣେ ଏୟାରପୋର୍ଟରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଯାତ୍ରୀଙ୍କ ଜୀବନ। ଉଡ଼ାଣ ଭରିବା ବେଳେ ବିମାନ ସାମ୍ନାକୁ ଏକ ଜିପ୍ ଚାଲି ଆସିବାରୁ ପୁଣେରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ମୁଖ୍ୟ ଅଂଶ କ୍ଷତିଗ୍ରସ୍ତ ହୋଇଛି। ମାତ୍ର ପାଇଲଟ୍ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି। ପାଇଲଟ୍ ବୁଦ୍ଧି ଖର୍ଚ୍ଚ କରି ଟେକ୍ଅପ୍ କରିଦେଇଥିବାରୁ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ମିଳିଛି।
ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଏୟାର ଇଣ୍ଡିଆର ଏ୩୨୧ ବିମାନ ଶନିବାର ସକାଳ ପୁଣେ ବିମାନବନ୍ଦରରୁ ଉଡ଼ାଣ ଭରିବା ବେଳେ ଅଚାନକ ସାମ୍ନାକୁ ଏକ ଜିପ୍ ଚାଲିଆସିଥିଲା। କିନ୍ତୁ ପାଇଲଟ୍ ବୁଦ୍ଧି ଖର୍ଚ୍ଚ କରି ବିମାନକୁ ଟେପ୍ଅପ୍ କରି ଦେଇଥିଲେ, ଫଳରେ କାହାର କିଛି କ୍ଷତି ହୋଇନାହିଁ। ବିମାନରେ ଥିବା ସମସ୍ତ ୧୮୦ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି।
ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀରେ ଲ୍ୟାଣ୍ଡିଂ କରିଛି। କିନ୍ତୁ ଏହାର ସାମ୍ନା ଫ୍ୟୁଏଲ ଟ୍ୟାଙ୍କ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ଘଟଣାର ତଦନ୍ତ ଚାଲିଛି। କେଉଁ ପରିସ୍ଥିତିରେ ବିମାନ ସାମ୍ନାକୁ ଜିପ୍ ଆସିଥିଲା ସେ ନେଇ ଟିମ୍ ଯାଞ୍ଚ କରୁଛି ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି।