Below header

ରାଜ୍ୟରେ ଅଛନ୍ତି ୫,୯୫୦ ଭିକାରୀ, ବିଧାନସଭାରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସୂଚନା

କେନ୍ୟୁଜ୍(ବ୍ୟୁରୋ): ଓଡିଶାରେ ଅଛନ୍ତି ୫,୯୫୦ ଭିକାରୀ।  ବିଧାନସଭାରେ ବଜେଟ ଅଧିବେସନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି  ଉତ୍ତର ରଖିଛନ୍ତି। କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳଙ୍କ ଲିଖିତ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା।  ଏହା ସହ ବିଧାନ ସଭାରେ କେଉଁ ଜିଲ୍ଲାରେ କେତେ ଭିକାରୀ ଅଛନ୍ତି ତାହାର ମଧ୍ୟ ତଥ୍ୟ ରଖିଛନ୍ତି।  ମନ୍ତ୍ରଙ୍କ ତଥ୍ୟାନୁସାରେ କଟକ ଜିଲ୍ଲାରେ ଅଛନ୍ତି ୧,୦୬୦ଜଣ ଭିକାରୀ ଅଛନ୍ତି। ଯାହା ସାରା ରାଜ୍ୟ ତୁଳନାରେ ସର୍ବାଧିକ। ସେହିପରି  ଗଞ୍ଜାମ ଜିଲ୍ଲାରେ ୫୪୫, ମୟୂରଭଞ୍ଜରେ ୪୮୫, ସୁନ୍ଦରଗଡରେ ୪୨୩, ପୁରୀରେ ୩୬୬ ବଲାଙ୍ଗୀରରେ ୩୪୪ ଓ ବୌଦ୍ଧରେ ୬ ଜଣ ଭିକାରୀ ଅଛନ୍ତି।  ରାଜ୍ୟ ସରକାରଙ୍କ ତରଫରୁ  ‘ସହାୟ’ ନାମକ ଏକ ଯୋଜନା ମାଧ୍ୟମରେ ଏହି ଭିକାରୀ ମାନଙ୍କୁ ଥଇଥାନା କରାଯିବ ବୋଲି ମନ୍ତ୍ରୀ ବିଧାନସଭାରେ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.