Below header

ମହଙ୍ଗା ପଡ଼ିଲା ଜାଲ ବିଇଡି ସାର୍ଟିଫିକେଟ, ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

ଜାଲ ବିଇଡି ସାର୍ଟିଫିକେଟ ଦେଇ ଚାକିରି କରିବା ମହଙ୍ଗା ପଡ଼ିଲା । ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ ।

ଜାଲ ବିଇଡି ସାର୍ଟିଫିକେଟ ଦେଇ ଚାକିରି କରିବା ମହଙ୍ଗା ପଡ଼ିଲା । ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟକାଣିଡିହି ପଞ୍ଚାୟତ କରଞ୍ଜଆଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ରେବତୀ ଜେନା ଚାକିରିରୁ ନିଲମ୍ବିତ କରାଯାଇଛି । ରେବତୀ ଜେନା ୨୦୦୫ ମସିହାରେ ବନ୍ତରେ ଶିକ୍ଷା ସହାୟକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ।

ପରେ ୨୦୧୭ ମସିହାରେ ବାସୁଦେବପୁର ବ୍ଲକ କରଞ୍ଜଆଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ବଦଳି ହୋଇ ଆସିଥିଲେ । ସେବେଠାରୁ ୧୮ ବର୍ଷ ଧରି ଜାଲ ବିଇଡି ସାର୍ଟିଫିକେଟ ଦେଇ ଚାକିରୀ କରି ଆସୁଥିଲେ । ହେଲେ ସାର୍ଟିଫିକେଟ ଯାଞ୍ଚ ହେବାରୁ ଧରା ପଡିଛନ୍ତି । ଏନେଇ ତାଙ୍କ ବିରୋଧରେ ନାୟକାଣିଡିହି ଥାନାରେ ଅଭିଯୋଗ କରିଛନ୍ତି ବାସୁଦେବପୁର ବିଇଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.