Below header

ଖୋର୍ଦ୍ଧାରେ ନକଲି ସାର୍ଟିଫିକେଟ ମାମଲାରେ ଗିରଫ ଅଧ୍ୟାପକ ଯିବେ ରିମାଣ୍ଡରେ

ଖୋର୍ଦ୍ଧାରେ ନକଲି ସାର୍ଟିଫିକେଟ ମାମଲାରେ ଗିରଫ ଅଧ୍ୟାପକ ରିମାଣ୍ଡରେ ଯିବେ । ତାଂକୁ ରିମାଣ୍ଡରେ ଆଣିବା ପାଇଁ ଖୋର୍ଦ୍ଧା ପୋଲିସ ଏସଡିଜେଏମ କୋର୍ଟରେ ଆବେନ କରିଛି । ଏହି ନକଲି ସାର୍ଟିଫିକେଟ କାରବାରରେ ଏକ ବଡ଼ ରାକେଟ ରହିଛି ।

ଖୋର୍ଦ୍ଧାରେ ନକଲି ସାର୍ଟିଫିକେଟ ମାମଲାରେ ଗିରଫ ଅଧ୍ୟାପକ ରିମାଣ୍ଡରେ ଯିବେ । ତାଂକୁ ରିମାଣ୍ଡରେ ଆଣିବା ପାଇଁ ଖୋର୍ଦ୍ଧା ପୋଲିସ ଏସଡିଜେଏମ କୋର୍ଟରେ ଆବେନ କରିଛି । ଏହି ନକଲି ସାର୍ଟିଫିକେଟ କାରବାରରେ ଏକ ବଡ଼ ରାକେଟ ରହିଛି । ରାକେଟର ଅନ୍ୟମାନଂକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ।

ଏନେଇ ଖୋର୍ଦ୍ଧା ଏସ୍ ପି ସିଦ୍ଧାର୍ଥ କଟାରିୟା ସୂଚନା ଦେଇଛନ୍ତି । ଗତ ୩ ତାରିଖରେ ଖୋର୍ଦ୍ଧା କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟାପକ ତପନ ପୃଷ୍ଟିଙ୍କୁ ପୋଲିସ ଗିରଫ କରିଥିଲା । ଗିରଫ ପରେ ଏବେ କଲେଜ କର୍ତ୍ତୃପକ୍ଷ ମୁହଁ ଖୋଲିଛନ୍ତି । ସଦର ଥାନା ଦଧିମାଛଗାଡ଼ିଆ ଅଞ୍ଚଳର ଛାତ୍ର ଅଭିଷେକ ସାମନ୍ତରାୟ ଚଳିତ ଯୁକ୍ତ ଦୁଇ କଳା ପରୀକ୍ଷାରେ ଫେଲ ହୋଇ ଯାଇଥିଲେ। ତେବେ ଅଭିଷେକ ପାସ ସାର୍ଟିଫିକେଟ ପାଇଁ ଅଧ୍ୟାପକ ତପନ ପୃଷ୍ଟିଂଙ୍କୁ ୩୩ ହଜାର ଟଙ୍କା ଦେଇଥିଲେ ।

ଏହାପରେ ତପନ ତାଙ୍କୁ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟର ପାସ ସାର୍ଟିଫିକେଟ ଦେଇଥିଲେ । ପରବର୍ତ୍ତୀ ସମୟରେ ଯାଞ୍ଚ କରିବାରୁ ଉକ୍ତ ସାର୍ଟିଫିକେଟ ନକଲି ବୋଲି ଜାଣିବାକୁ ପାଇଥିଲେ ଅଭିଷେକ । ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ତପନଙ୍କୁ ଖୋର୍ଦ୍ଧା ପୋଲିସ ଗିରଫ କରିଛି । ତେବେ ତପନ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ନାଁରେ ନକଲି ଦସ୍ତାବିଜ ତିଆରି କରି ବିପୁଳ ଅର୍ଥ ଉପାର୍ଜନ କରୁଥିବାର ତଦନ୍ତ ବେଳେ ଜଣାପଡିଛି । ତାଙ୍କ ନିକଟରୁ ପୋଲିସ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.