ଭିଜିଲାନ୍ସ ଜାଲରେ ଲମତାପୁଟ ଆରଆଇ ଓ ପିଅନ, ଜମି ମାପଚୁପ ପାଇଁ ନେଉଥିଲେ ଲାଞ୍ଚ

ଭିଜିଲାନ୍ସ ଜାଲରେ ଲମତାପୁଟ ଆରଆଇ ଓ ପିଅନ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ଲମତାପୁଟ ଆରଆଇ ବିଜୟ ବାଗ ଓ ପିଅନ ରୋହିତ ପାଢୀ । ଜମି ମାପଚୁପ ପାଇଁ ଜଣଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି ।

କୋରାପୁଟ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଲମତାପୁଟ ଆରଆଇ ଓ ପିଅନ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ଲମତାପୁଟ ଆରଆଇ ବିଜୟ ବାଗ ଓ ପିଅନ ରୋହିତ ପାଢୀ । ଜମି ମାପଚୁପ ପାଇଁ ଜଣଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି । ଭିଜିଲାନ୍ସ ବିଭାଗର ୩ଟି ଟିମ୍ ଲମତାପୁଟ ଓ ମାଛକୁଣ୍ଡରେ ଯାଞ୍ଚ କରୁଛନ୍ତି । ଲମତାପୁଟ ତହସିଲ କାର୍ଯ୍ୟାଳୟ ସମେତ ବାସଭବନରେ ଜୟପୁର ଭିଜିଲାନ୍ସର ଦୁଇଟି ଟିମ ତଦନ୍ତ ଜାରି ରଖିଥିବା ଜଣାପଡିଛି । ବିଜୟ ବାଗ ଓ ରୋହିତ ପାଢୀଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଜୟପୁର ଭିଜିଲାନ୍ସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.