ଚୀନ ପରେ ଥରିଲା କଶ୍ମୀର ଏବଂ ଲଦାଖ, ୨୪ ଘଣ୍ଟାରେ ୧୧ ଥର ଥରିଲାଣି ପୃଥିବୀ

ମଙ୍ଗଳବାର ସକାଳ ୧୦.୩୧ ମିନିଟରେ କଶ୍ମୀର ଘାଟିରେ ଭୂମିକମ୍ପ ଆସିଛନ୍ତି ସୂଚନା ମିଳିଛି । ଏହାଛଡା ଲଦାଖର କିଛି ଅଞ୍ଚଳ ମଧ୍ୟରେ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ଗଭୀରତା ୧୦ କିମି ରହିଛି । ଗତ ୨୪ ଘଣ୍ଟା ଭିତରେ ୧୧ ଥର ଭୂକମ୍ପ ଆସିଥିବା ଖବର ମିଳିଛି ।

ପୁଣି ଥରିଲା ଜମ୍ମୁ କଶ୍ମୀର । ମଙ୍ଗଳବାର ସକାଳ ୧୦.୩୧ ମିନିଟରେ କଶ୍ମୀର ଘାଟିରେ ଭୂମିକମ୍ପ ଆସିଛନ୍ତି ସୂଚନା ମିଳିଛି । ଏହାଛଡା ଲଦାଖର କିଛି ଅଞ୍ଚଳ ମଧ୍ୟରେ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ଗଭୀରତା ୧୦ କିମି ରହିଛି । ଗତ ୨୪ ଘଣ୍ଟା ଭିତରେ ୧୧ ଥର ଭୂକମ୍ପ ଆସିଥିବା ଖବର ମିଳିଛି । ସୋମବାର ଅପରାହ୍ନରେ ହିମାଳୟ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ସେହିପରି ସୋମବାର ରାତିରେ ଚୀନର ଉତ୍ତର ପଶ୍ଚିମ ଅଞ୍ଚଳରେ ଭୂକମ୍ପ ଆସିଥିଲା ।

ଜମ୍ମୁ କଶ୍ମୀର ଏବଂ ଲଦାଖରେ ପାଖାପାଖି ୪ ଥର ଭୂକମ୍ପ ଝଟକା ଲାଗିବାରୁ ସ୍ଥାନୀୟ ଲୋକ ଭୟରେ ରହିଛନ୍ତି । ତେବେ ଭୂକମ୍ପର ତୀବ୍ରତା ୫.୫ ରହିଥିଲା ବୋଲି ଖବର ମିଳିଛି । ସୋମବାର ୩ଟା ୪୮ ମିନିଟରେ ଆସିଥିବା ଭୂକମ୍ପର ତୀବ୍ରତା ୫.୭ ରହିଥିଲା ।

ଚୀନରେ ଶକ୍ତିଶାଳୀ ଭୂକମ୍ପ ରିକ୍ଟର ସ୍କେଲରେ ତୀବ୍ରତା ୬.୨ ଥିବା ରେକର୍ଡ ହୋଇଛି। ଫଳରେ ଏବେ ସୁଦ୍ଧା ୧୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଛନ୍ତି । ଚୀନ୍ ଉତ୍ତର-ପଶ୍ଚିମ ଅଞ୍ଚଳର ଗାନସୁରେ ଭୂକମ୍ପ ହୋଇଛି । ୧୦ କିଲୋମିଟର ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳୀ ଥିଲା । ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଅନେକ କୋଠା ଭୁଶୁଡି ପଡ଼ିଛି । ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ, ଚୀନର ଗାନସୁରେ ୪୭୦୦ ଘର ନଷ୍ଟ ହୋଇଯାଇଛି।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭଗ୍ନାବଶେଷ ତଳେ ଫସିରହିଛନ୍ତି ଶହଶହ ଲୋକ । ଫଳରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି । ଗତ ବର୍ଷ ସେପ୍ଟେମ୍ବରରେ ୬.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପରେ ୭୪ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୦୮ ରେ ଚୀନ୍ ଇତିହାସରେ ସବୁଠାରୁ ଭୟଙ୍କର ଭୂକମ୍ପ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.