ପ୍ରତିଶୃତି ପରେ ଆକ୍ସନ: ଫାଇଭ ଟି ସଚିବଙ୍କ ଗସ୍ତ ପରେ କେନ୍ଦ୍ରାପଡାରେ ମିତ୍ତଲ-ନିପନ ଷ୍ଟିଲ ପାଇଁ ଆରମ୍ଭ ହେଲା ଜମି ଅଧିଗ୍ରହଣ ପ୍ରକ୍ରିୟା

ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ମହାକାଳପଡା ବ୍ଲକ୍‌ ସ୍ଥିତ ଅଡୋଇଠାରେ ପ୍ରସ୍ତାବିତ Arcelor Mittal Nippon Steel Plant ଅଞ୍ଚଳ ପରିଦର୍ଶନ କରିଥିଲେ ।ସେଠାରେ ବିଭିନ୍ନ ପଦାଧିକାରୀମାନଙ୍କ ସହିତ ଆଲୋଚନା କରି ପ୍ରକଳ୍ପର ପ୍ରାକ୍‌ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ ।

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ରାପଡାରେ ଆର୍ସେଲର ମିତ୍ତଲ-ନିପନ ଷ୍ଟିଲ ପାଇଁ ଆରମ୍ଭ ହେଲା ଜମି ଅଧିଗ୍ରହଣ ପ୍ରକ୍ରିୟା । ଜାରି ହେଲା ଜମି ଅଧିଗ୍ରହଣ ଆଇନର ଧାରା ୪ ଅନୁସାରେ ନୋଟିସ। ଫାଇଭ ଟି ସଚିବଙ୍କ ଗସ୍ତ ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ଵୀତ ହୋଇଛି । କେନ୍ଦ୍ରାପଡାରେ ଦେଶର ସବୁଠୁ ବଡ଼ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ହେବ ।

ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଏହି ସୂଚନା ଦେଇଛନ୍ତି । ମହାକାଳପଡା ବ୍ଲକ୍‌ ସ୍ଥିତ ଅଡୋଇଠାରେ ପ୍ରସ୍ତାବିତ Arcelor Mittal Nippon Steel Plant ଅଞ୍ଚଳ ପରିଦର୍ଶନ କରିଥିଲେ । ସେଠାରେ ବିଭିନ୍ନ ପଦାଧିକାରୀମାନଙ୍କ ସହିତ ଆଲୋଚନା କରି ପ୍ରକଳ୍ପର ପ୍ରାକ୍‌ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ଏହି କାମ ତୁରନ୍ତ ଆରମ୍ଭ କରିବାକୁ ସେ ଜିଲ୍ଲାପାଳ ଓ ପ୍ଲାଣ୍ଟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।