Below header

ଇମ୍‌ଫାକୁ ଅଦାଲତର ଝଟକା : ସରକାରୀ ରେକର୍ଡକୁ ଫେରିବ ଜମି

ଭୁବନେଶ୍ବର : ଇମ୍‌ଫାକୁ ଅଦାଲତର ଝଟକା । ସରକାରୀ ରେକର୍ଡକୁ ଫେରିବ ୧୩ ଏକର ୭ ଡେସିମିଲ ସମ୍ପତ୍ତି । ଏନେଇ ବୋର୍ଡ ଅଫ ରେଭିନ୍ୟୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ୨୦୦୩ ମସିହାରେ ଟାଙ୍ଗୀ ଚୌଦ୍ୱାର ଅତିରିକ୍ତ ତହସିଲଦାରଙ୍କୁ ହାତ କରି ଇମ୍‌ଫା କର୍ତ୍ତୃପକ୍ଷ ଚୌଦ୍ୱାରରେ ଇମ୍‌ଫାକୁ ଲାଗି ଥିବା ଏହି ଜମିକୁ ଏହି ଜମିକୁ ହାତେଇ ନେଇଥିଲେ । ତତ୍କାଳୀନ ତହସିଲଦାର ଏ ସମ୍ପର୍କରେ ସେତେବେଳର ତହସିଲଦାର କିମ୍ବା ଉପଜିଲ୍ଲାପାଳଙ୍କୁ ଅବଗତ କରାଇ ନଥିଲେ । ଏହି ଜମି ମଧ୍ୟରେ କଳିଙ୍ଗ ପବ୍ଲିକ୍‌ ସ୍କୁଲ ଓ ସରକାରୀ ସ୍କୁଲର ଜମି ରହିଛି । ଏ ନେଇ ପୂର୍ବରୁ ଇମ୍‌ଫା ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ କୋର୍ଟରେ ମାମଲା ହାରିଥିଲା । ଏହାକୁ ଚ୍ୟାଲେଞ୍ଜ୍‌ କରି ଇମ୍‌ଫା ରାଜସ୍ୱ ପର୍ଷଦଙ୍କ ଅଦାଲତରେ ଆବେଦନ କରିଥିଲା । ସେଠାରେ ମଧ୍ୟ କମ୍ପାନୀ ମାମଲା ହାରିଛି । ଇମ୍‌ଫା ମାଡ଼ି ବସିଥିବା ଜମି ସରକାରଙ୍କର ଏବଂ ତାହା ସରକାରୀ ରେକର୍ଡରେ ହିଁ ରହିବ ବୋଲି ରାଜସ୍ୱ ପାର୍ଷଦ ସଦସ୍ୟ ସ୍ପଷ୍ଟ କରିଛନ୍ତି । ଅଦାଲତଙ୍କ ରାୟ ପରେ ଚୌଦ୍ୱାର ବାସିନ୍ଦାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.