ଫେରିବେନି ଜଗା ବଳିଆ !

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍‌ସରେ ଜଗା-ବଳିଆଙ୍କୁ ଭେଟିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ଏମ୍‌ସରେ ଚିକିତ୍ସାଧୀନ ଦୁଇ ଭାଇଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ସେ ବିଶେଷଜ୍ଞ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଏକ ପାଞ୍ଚ ଜଣିଆ ଡାକ୍ତରୀ ଟିମ ଦିଲ୍ଲୀ ଯାଇଛି । ଭେଟିବା ପରେ ପ୍ରତାପ ଜେନା କହିଛନ୍ତି, ଜଗା ଭଲ ଅଛି, ବଳିଆ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହିଁ । ଏଥିପାଇଁ ଆଉ କିଛି ଦିନ ଏମ୍‌ସରେ ରହିବ ବଳିଆ । ଏନେଇ ଏମ୍‌ସ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିବା ସେ ସୂଚନା ଦେଇଛନ୍ତି ।

ଦିଲ୍ଲୀ ଏମ୍‌ସରେ ଯୋଡାମୁଣ୍ଡ ଅଲଗା ହେବା ପରେ ଦୁଇଭାଇ ସୁସ୍ଥ ହେଉଛନ୍ତି । ସେମାନଙ୍କ ମୁଣ୍ଡରୁ ଷ୍ଟିିଚ୍‌ ଖୋଲାଯାଇଛି । ୩ଟି ପର୍ୟ୍ୟାୟରେ ଅପରେସନ କରାଯାଇ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ଅଲଗା କରାଯାଇଥିଲା । ଜଗା ସଂପୂର୍ଣ୍ଣ ସୁସ୍ଥ ହୋଇସାରିଥିବାବେଳେ ବଳିଆର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆସୁଛି । କନ୍ଧମାଳ ଜିଲ୍ଲାର ଏହି ଯୋଡ଼ାମୁଣ୍ଡ ଶିଶୁଙ୍କ ସମ୍ପର୍କରେ ପ୍ରଥମେ କଳିଙ୍ଗ ଟିଭିରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ଯୋଡ଼ାମୁଣ୍ଡ ଅଲଗା କରିବା ପାଇଁ ରାଜ୍ୟ ସରକାର ସହାୟତା ଯୋଗାଇ ଦେଇଥିଲେ । ଦିଲ୍ଲୀ ଏମ୍‌ସରେ ସେମାନଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଥିଲା । ସେବେଠାରୁ ଜଗା-ବଳିଆ ଏମ୍‌ସର ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ର ନିରୀକ୍ଷଣରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.