Below header

ସାଥୀଙ୍କ ଠାରୁ ଅଲଗା ହେବାକୁ ଚାହୁଁ ନାହାଁନ୍ତି ! ଧ୍ୟାନ ଦିଅନ୍ତୁ ଏହି ୫ଟି କଥା ଉପରେ

ଯେବେ ଦୁଇଟି ମଣିଷ ସଂପର୍କ ଆରମ୍ଭ କରିଥାନ୍ତି ସେତେବେଳେ ଦୁହେଁ ଦୁହିଁଙ୍କ ଠାରୁ ଅନେକ କିଛି ଆଶା କରିଥାନ୍ତି । କିନ୍ତୁ ଅନେକ ସମୟରେ ଏହି ଆଶାକୁ ପୂରଣ କରି ନପାରିବା ହେତୁ ଏହି ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ । ସଂପର୍କକୁ ମଜଭୁତକରି ରଖିବା ପାଇଁ ଜରୁରୀ ହେଉଛି ପରସ୍ପରକୁ ଖୁସିରେ ରଖିବାକୁ ଚେଷ୍ଟା କରିବା । ଯାହା ଦ୍ବାରା କି, ସଂପର୍କରେ ମିଠାସ୍ ଭରିରହିଥାଏ । ଆସନ୍ତୁ ଜାଣିବା ସଂପର୍କରେ ଭଲପାଇବାକୁ ଚିରସ୍ଥାୟୀ ରଖିବା ପାଇଁ କ‘ଣ କରିବା ଉଚିତ ।

• ନିଜ ସାଥୀଙ୍କୁ କିଛି ସ୍ପେସ୍ ଦିଅନ୍ତୁ । ଅନେକ ସମୟରେ ଏହାର ଖରାପ କାରଣ କାଢିଥାନ୍ତି କିନ୍ତୁ ଏହା ସବୁ ବ୍ୟକ୍ତିଙ୍କୁ ଜରୁରୀ ହୋଇଥାଏ । ନିଜର ସମୟ ଅଭାବରୁ ସାଥୀଙ୍କୁ ବିଲକୁଲ ବି ସମୟ ନଦେବା କାରଣରୁ ସାଥୀ ନିଜକୁ ଏକୁଟିଆ ଅନୁଭବ କରିଥାନ୍ତି । ଯାହା ସିଧାସଳଖ ଆପଣଙ୍କ ସଂପର୍କରେ ଆଣି ଥାଏ ଫାଟ ।

• ସବୁବେଳେ ଏକା ପରି ଦିନଚର୍ୟ୍ୟା ଦ୍ବାରା ଜୀବନ ଶୈଳି ବୋରିଙ୍ଗ ହୋଇଥାଏ । ତେଣୁ ଦୁହେଁ ଦୁହିଁଙ୍କ ପାଇଁ କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତୁ ।

• ଗୋଟେ ସଂପର୍କ ସେତେବେଳେ ମଜଭୁତ ହୋଇଥାଏ ଯେତେବେଳେ ଦୁହେଁ ଦୁହିଁଙ୍କ ଉପରେ ଅତୁଟ ବିଶ୍ବାସ ରଖିଥାନ୍ତି । ଦୁହେଁ ଦୁହିଁଙ୍କ କଥା ପରସ୍ପରକୁ କହିବା ପାଇଁ ସଙ୍କୋଚ କରି ନଥାନ୍ତି । ଏହା ସହ ଦୁହେଁ ଦୁହିଁଙ୍କ ଭାବନାକୁ ସମ୍ମାନ ଦେବା ଉଚିତ୍ ।

• ଗୋଟେ ଭଲ ସଂପର୍କ ପାଇଁ ଜରୁରୀ ହୋଇଥାଏ କି ପରସ୍ପର ସହ ଅଧିକରୁ ଅଧିକ ସମୟ ଯଥା: କ୍ବାଲିଟି ସମୟ ବିତାଇବା ।

• ଆପଣ ଦୁହେଁ ଏକାଠି ବସି ନିଜର ପ୍ରଥମ ଦେଖା, ପ୍ରଥମ ଡେଟ୍, ପ୍ରଥମ ପ୍ରପୋଜାଲ୍ ଏମିତି କିଛି ମିଠା ଅନୁଭୁତ୍ତିକୁ ବାଣ୍ଟନ୍ତୁ ଦେଖିବେ ଏହା ଦ୍ବାରା ପରସ୍ପର ପ୍ରତି ଭଲପାଇବା ବଢିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.