କୋରାପୁଟରେ ଧସିଲା ପାହାଡ, ବୋରିଗୁମ୍ମା-କୋରାପୁଟ ରାସ୍ତା ଅବରୋଧ

କୋରାପୁଟରେ ଧସିଲା ପାହାଡ। ବୋରିଗୁମ୍ମା-କୋରାପୁଟ ରାସ୍ତାରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇଛି। ବୋରିଗୁମ୍ମା ବ୍ଲକ ଡାକରା ନିକଟରେ ଘଟିଛି ଏହି ଭୂସ୍ଖଳନ। ଫଳରେ ଏହି ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା ଯୋଗୁଁ ନିୟମିତ ଏହି ରାସ୍ତାରେ ପାହାଡ଼ ଧସି ବିପଦଜନକ ସ୍ଥିତି ଉପୁଜିଛି। ବୋରିଗୁମ୍ମା ତହସିଲ ପକ୍ଷରୁ ରାସ୍ତା ସଫା କାମ ଆରମ୍ଭ ହୋଇଛି।