ଭୁଲ୍‌ ଜାଗାରେ ରଖୁଛନ୍ତିି କି ଜୋତା, କାଙ୍ଗାଳ କରିଦେବେ ଶନିଦେବ

ଶାସ୍ତ୍ର ଅନୁସାରେ, ଯଦି ଶନିଦେବଙ୍କ ନଜର କାହା ଉପରେ ପଡ଼େ ତ ସେ ସର୍ବସ୍ୱାନ୍ତ ହୋଇପଡ଼େ। ଶନିଙ୍କ କୋପ ଦୃଷ୍ଟିଥିଲେ ହେଉଥିବା କାମ ମଧ୍ୟ ବିଗିଡ଼ିଯାଏ। ସେହିପରି ଶନିଦେବ ଯାହାକୁ କୃପା କରନ୍ତି ସେ ବ୍ୟକ୍ତିର କୌଣସି ସମସ୍ୟା ରହେନାହିଁ। ବ୍ୟକ୍ତିର ଉତ୍ତରୋତ୍ତର ଉନ୍ନତି ଘଟେ। ପାଦ ତଥା ପାଦ ସମ୍ବନ୍ଧୀୟ କେତେକ ବିଷୟ ସହ ଶନିଦେବଙ୍କ ସମ୍ପର୍କ ଥିବା ବିଶ୍ୱାସ କରାଯାଏ। ପାଦର ଜୋତାରୁ ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି କି ନାହିଁ ତାହା ଜାଣିପାରିବେ। ଆସନ୍ତୁ ଜାଣିବା ଶନିଙ୍କର କିଛି ଖରାପ ସଙ୍କେତ ସମ୍ପର୍କରେ…

ଚପଲ ଚୋରି ହେବା ଭଲ ସଙ୍କେତ:

ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରବାକୁ ଯାଇଥିବା ବେଳେ ପ୍ରାୟତଃ ଚପଲ ଚୋରି ହୋଇଥାଏ। ତେବେ ଏହାକୁ ଶୁଭ ସଙ୍କେତ ଭାବେ ବିବେଚନା କରାଯାଏ। ଚପଲ ସହ ଶନିଦେବଙ୍କ ପୀଡ଼ା ମଧ୍ୟ ପିଛା ଛାଡ଼େ ବୋଲି ବିଶ୍ୱାସ କରାଯାଏ।

ବାହାର ଚପଲ ପିନ୍ଧି ଘରକୁ ଯାଆନ୍ତୁନି:

ବାହାର ଚପଲ ପିନ୍ଧି ଘର ଭିତରକୁ ଯିବା ଦ୍ୱାରା ଚପଲ ସହ ରାହୁ କେତୁ ଭଳି ପାପୀ ଗ୍ରହ ମଧ୍ୟ ପ୍ରବେଶ କରିଥାନ୍ତି। ସେହିପରି ଘରକୁ ପଶିବା ବେଳେ କେବେ ବି ଦୁଆର ମୁହଁରେ ଚପଲ ରଖନ୍ତ ନାହିଁ। ଏହାଦ୍ୱାରା ଶନିଦେବ କୋପ କରନ୍ତି।

ରୋଷେଇ ଘରଠୁ ଦୂରରେ ରଖନ୍ତୁ ଚପଲ:

ରୋଷେଇ ଘରେ ଲକ୍ଷ୍ମୀ ବାସ କରନ୍ତି। ଏଣୁ ସେଠାକୁ ଚପଲ ପିନ୍ଧିଯିବାକୁ ବାରଣ କରାଯାଇଛି। ରୋଷଶାଳାକୁ ଚପଲ ପିନ୍ଧି ଗଲେ ଶନିଦେବ ରାଗନ୍ତି।

ଛିଣ୍ଡା ଚପଲ ପିନ୍ଧନ୍ତୁ ନାହିଁ:

ଛିଡ଼ିଯାଇଥିବା ଚପଲ ଆଦୌ ପିନ୍ଧନ୍ତୁ ନାହିଁ। ଏହା ଭାଗ୍ୟ ଖରାପ କରିଥାଏ। କୌଣସି ଶୁଭ କାର୍ଯ୍ୟ, ଚାକିରି ବା ବିବାହ ପାଇଁ କନ୍ୟା କିମ୍ବା ବର ଦେଖିବାକୁ ଯାଉଥିଲେ କଦାପି ଛିଣ୍ଡା ଚପଲ ପିନ୍ଧି ଯାଆନ୍ତୁନାହିଁ। ଏହାଦ୍ୱାରା କାମରେ ବିଘ୍ନ ଘଟିବା ସହ ଦରିଦ୍ରତା ଆସିଥାଏ।

ଠିକ୍‌ ଦିଗରେ ରଖନ୍ତୁ ଜୋତା:

ଘରର ଐଶାନ୍ୟ ବା ଉତ୍ତର-ପୂର୍ବ ଦିଗକୁ ଶୁଭ ବିବେଚନା କରାଯାଏ। ଏଣୁ ଜୋତା ଚପଲ କେବେବି ଏହି ଦିଗରେ ରଖନ୍ତୁ ନାହିଁ। ପଶ୍ଚିମ ଦିଗରେ ଭଲ ଭାବେ ସଜାଡ଼ିକରି ଜୋତା ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.