ଜାଣନ୍ତୁ ଅଦା ପାଣିର ଏହି ୫ଟି ଫାଇଦା
ସାଧାରଣତଃ ଆମେ ଚା’ରେ ଅଧିକ ମାତ୍ରାରେ ଅଦା ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣିଛନ୍ତି କି? ଅଦା ପାଣି ଶରୀର ପାଇଁ ବଢ଼ିଆ ଔଷଧ ଅଟେ। ଏହାର ଆଣ୍ଟି-ଇମ୍ଫ୍ଲାମେଣ୍ଟ୍ରି ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ଥଣ୍ଡା ଓ ଜ୍ୱରକୁ ଫାଇଦା ପହଞ୍ଚାଇଥାଏ। ଏହାସହିତ ଅଦା ପାଣି ସେବନ କଲେ, ଶରୀରରେ ଆସୁଥିବା ଯେକୌଣସି ପ୍ରକାର ସରିପୀଡ଼ା କମ୍ ହୋଇଥାଏ। ଆସନ୍ତୁ ଜାଣିବା, ଅଦା ପାଣି ପିଇଲେ ଆଉ କେଉଁ କେଉଁ ପ୍ରକାର ଲାଭ ମିଳିଥାଏ।
-ନିୟମିତ ସକାଳୁ ଆପଣ ଅଦା ପାଣି ସେବନ କରନ୍ତୁ। ଦେଖିବେ, ଦିନସାରା କିପରି ତାଜା ତାଜା ଲାଗିବ। ତେବେ ଏହାକୁ ଖାଲି ପେଟରେ ସେବନ କରିବା ଭଲ।
-ଅଦାକୁ ରାତିସାରା ପାଣିରେ ବତୁରାଇ ରଖନ୍ତୁ। ସକାଳେ ଏହାକୁ ପିିଇଲେ, ପାଚନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଯିବ। ଏହାସହିତ ଆପଣଙ୍କୁ ବାନ୍ତି କିମ୍ବା ଜ୍ୱର ଅନୁଭବ ହେବନାହିଁ।
-ଅଦା ପାଣି ସବୁଦିନ ସେବନ କଲେ ଶରୀରରେ ବ୍ଲଡ୍ ସୁଗର ନିୟନ୍ତ୍ରିତ ରହିଥାଏ, ଯଦ୍ଦ୍ଵାରା ଡାଇବେଟିସ୍ ବା ମଧୁମେହ ରୋଗ ହେବାର ସମ୍ଭାବନା କମ୍ ଥାଏ।
ଏହାସହ ପଢ଼ନ୍ତୁ: ଏହି ୭ ପ୍ରକାରର ଝିଅଙ୍କୁ ପସନ୍ଦ କରନ୍ତିନି ପୁଅ, ଡେଟିଂରୁ ସବୁବେଳେ ନିଜକୁ ଦୂରେଇ ରଖନ୍ତି
-ଅଦା ପାଣିରେ ଭିଟାମିନ୍ ଏ ଓ ସି ପର୍ଯ୍ୟାପ୍ତ ପରିମାଣରେ ରହିଛି, ଯାହାକି କେଶ ଏବଂ ତ୍ୱଚା ପାଇଁ ବହୁତ ଲାଭଦାୟକ ଅଟେ।
-ଅଦାରେ ଆଣ୍ଟି-ଅକ୍ସିଡେଣ୍ଟ ଗୁଣ ଭରି ରହିଛି, ଯେଉଁ କାରଣରୁ କ୍ୟାନସର, ହାର୍ଟଜନିତ ରୋଗ, ଅସମୟରେ ତ୍ୱଚାରେ ଦେଖାଯାଉଥିବା କୁଞ୍ଚନ ଆଦି କମ୍ କରିବାରେ ସାହାଯ୍ୟ କରିଥାଏ।
-ଅଧିକ ବ୍ୟାୟାମ କରୁଥିବା ବ୍ୟକ୍ତି ଅଦା ପାଣି ପିଇବା ଲାଭଦାୟକ ହୋଇଥାଏ। କାରଣ, ଶରୀରରେ ହେଉଥିବା ପୀଡ଼ାକୁ ଅଦା ପାଣି ଉପଶମ କରିଥାଏ।