କଂଗ୍ରେସକୁ ପୁଣି ଝଟକା: ଦଳରୁ ଇସ୍ତଫା ଦେଲେ ଲାଞ୍ଜିଗଡ଼ ପୂର୍ବତନ ବିଧାୟକ ଶିବାଜୀ ମାଝି

କଳାହାଣ୍ଡି(କେନ୍ୟୁଜ୍):  କଂଗ୍ରେସକୁ ପୁଣି ଝଟକା । ଦଳରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଶିବାଜୀ ମାଝି। ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝି ୨୦୦୭ରେ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ପରାଜୟ ହେବା ପରେ ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ସେ କହିଛନ୍ତି।

ଦଳର କୌଣସି କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ସାମିଲ କରାଯାଇନଥିଲା। ଏଭଳି ଘଟଣା ସହ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପିସିସି ସଭାପତିଙ୍କୁ ନିଜ ଇସ୍ତଫା ପତ୍ର ଦେଇଛନ୍ତି। ପୂର୍ବରୁ ସେ ଅନ୍ୟ ଦଳରେ ସାମିଲ ହେବା ନେଇ ଚର୍ଚ୍ଚା ହୋଇଥିଲା। କିନ୍ତୁ ସେ ଶେଷରେ କଂଗ୍ରେସରୁ ଇସ୍ତଫା ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.