Below header

ଚାଣକ୍ୟ ନୀତି : ଏହି ୪ କଥା ଜାଣିନେଲେ ସଫଳତା ନିଶ୍ଚୟ, କେହି ପାରିବେନି ରୋକି

ଚାଣକ୍ୟ ନୀତି କୁହେ ଭଲ-ମନ୍ଦର ଭେଦ ଯଦି ଜାଣୁପାରୁନାହଁ, ତେବେ ହାନି ହେବାରୁ କେହି ଆପଣଙ୍କୁ ବଞ୍ଚାଇ ପାରିବେ ନାହିଁ । ମିତ୍ର ବେଶରେ ବି ଶତ୍ରୁ ଆସି ପାରନ୍ତି । ଚାଣକ୍ୟ ନୀତି ବ୍ୟକ୍ତିକୁ ଜୀବନରେ ସଫଳ ବନାଇବା ପାଇଁ ପ୍ରେରିତ କରିଥାଏ । ଏହା ଆପଣଙ୍କୁ ଅନ୍ଧାରରୁ ଆଲୋକକୁ ନେଇଥାଏ । ତେଣୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଣକ୍ୟଙ୍କ କଥାର ପ୍ରାସଙ୍ଗିକତା ଏବେବି ରହିଛି ।

ଜୀବନରେ ସଫଳ ହେବାକୁ ହେଲେ ବହୁତ କାର୍ଯ୍ୟ ପ୍ରତି ଦୃଷ୍ଟି ଦେବାକୁ ହେବ । ସଫଳତା ପାଇବା ପଛରେ ଅନେକ କାରଣ ରହିଛି । ସେସବୁକୁ ଜାଣିବା ଜରୁରୀ । ଆଚାର୍ଯ୍ୟ ଚାଣକ୍ୟ ସଫଳତା ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ କଥା କହିଛନ୍ତି । ଯଦି ବ୍ୟକ୍ତି ଏହି କଥାକୁ ଜାଣି ନିଏ ତେବେ ସଫଳତା ପାଇବାକୁ ତାଙ୍କୁ କେହି ରୋକି ପାରିବେ ନାହିଁ । ଆସନ୍ତୁ ଜାଣିବା କେଉଁ ୪ଟି ମହତ୍ୱପୂର୍ଣ୍ଣ କଥା ଯାହା ଆପଣଙ୍କୁ ସଫଳତା ଆଡ଼କୁ ନେଇଯିବ ।

ସର୍ବଦା ହେବେ ବୀଜୟ :

ଅସଫଳ ବ୍ୟକ୍ତିଙ୍କ ଠାରୁ ଉପଦେଶ ନିଅନ୍ତୁ : ଯଦି ଆପଣ କୌଣସି କାମରେ ଅସଫଳ ହେଉଛନ୍ତି ଆଉ ସଫଳତା ଚାହୁଁଛନ୍ତି ତେବେ ଅସଫଳ ବ୍ୟକ୍ତିଙ୍କ ଠାରୁ ଜରୁର ଉପଦେଶ ନିଅନ୍ତୁ । ଏହାଦ୍ୱାରା ଆପଣଙ୍କ ସଫଳତାର ରାସ୍ତାକୁ ରୋକୁଥିବା ଅସୁବିଧାର ସମାଧାନ ପାଇଯିବେ । ଫଳରେ ଆପଣ ସଫଳତାର ଲଢ଼େଇରେ ବୀଜୟ ହେବେ ।

ସଫଳ ହୋଇଥିବା ବ୍ୟକ୍ତିଙ୍କ ଅନୁଭବ : ସଫଳତା ପାଇବା ପାଇଁ ସେହି ଲୋକଙ୍କୁ ନିଶ୍ଚିତ ଭେଟନ୍ତୁ ଯେଉଁମାନେ କାମରେ ସଫଳ ହୋଇଛନ୍ତି । ଫଳରେ ଆପଣ ଲକ୍ଷ୍ୟରେ ପହଞ୍ଚିବା ପାଇଁ ପ୍ରେରଣା ପାଇବେ । ତାଙ୍କର ଅନୁଭବ ଆପଣଙ୍କୁ ସଫଳତା ଦିଗରେ ନେବାକୁ ସାହାଯ୍ୟ କରିବ ।

ବିବେକ ଓ ଅନୁଭବକୁ ବ୍ୟବହାର କରନ୍ତୁ : ଅସଫଳ ଓ ସଫଳ ଲୋକଙ୍କୁ ମିଳିଥିବା ଅନୁଭବକୁ ବଶ୍ଲେଷଣ କରନ୍ତୁ ଓ ବୁଝି ବିଚାରୀ ନିଜର ଲକ୍ଷ୍ୟ ପଥ ନିର୍ଣ୍ଣୟ କରନ୍ତୁ । ଯଦି ବ୍ୟକ୍ତି ଠାରେ ଶକ୍ତି ଓ ବୁଦ୍ଧି ଅଛି ତେବେ ଭୁଲ ନିଷ୍ପତ୍ତିରୁ ମଧ୍ୟ ଠିକ୍‌ ଫଳ କାଢ଼ିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.