Below header

ରାଜଧାନୀରେ ବଡ଼ ଧରଣର ସାଇବର୍‌ ଠକେଇ: କଲଗାର୍ଲ ନାଁରେ ୨୦ ମିନିଟ୍ ଭିତରେ ଯୁବକଙ୍କ ଆକାଉଣ୍ଟ ସଫା

ଭୁବନେଶ୍ବର: ଦିନକୁ ଦିନ ବଢି ଚାଲିଛି ସାଇବର କ୍ରାଇମ୍ । ପୋଲିସ୍ ଯେତେ ସଚେତନ କଲେ ବି ଅପରାଧିଙ୍କ ହାବୁଡରେ ପଡିଯାଉଛନ୍ତି ଲୋକେ । ଏଭଳି ପୁଣି ଏକ ବଡ ଧରଣର ହାତସଫାଇ କରିଛନ୍ତି ଏହି ସାଇବର ଅପରାଧିମାନେ । ତାହା ପୁଣି ରାଜଧାନୀରେ।

କଲଗାର୍ଲ ନାଁରେ କଳାକନା ବୁଲାଇନ୍ତି ସାଇବର କ୍ରିମିନାଲସ୍ ମାନେ । କେଇ ମିନିଟ୍‌ରେ ଆକାଉଣ୍ଟ ସଫା କରିଦେଇଛନ୍ତି । ରାଜଧାନୀରେ ବଡ଼ ଧରଣର ସାଇବର୍‌ ଠକେଇକୁ ନେଇ ଏବେ ଚର୍ଚ୍ଚା । ଏସ୍କର୍ଟ ସର୍ଭିସ ନାଁରେ ଲୁଟିନେଇଛନ୍ତି ପାଖାପାଖି ୯୪ ହଜାର ଟଙ୍କା ।

ଅନ୍‌ଲାଇନ୍‌ରେ ଗୁଗୁଲ ପେ’ରୁ ଲୁଟିନେଇଛନ୍ତି ୯୪ ହଜାର ୭୩୧ ଟଙ୍କା । ୨୦ ମିନିଟ୍‌ କଥା ମଧ୍ୟରେ ଖାଲି ହୋଇଯାଇଥିଲା ଯୁବକଙ୍କ ଆକାଉଣ୍ଟ । ଏନେଇ ଠକାମୀର ଶିକାର ହୋଇଥିବା ଯୁବକ କମିଶନରେଟ ପୋଲିସ ହେଲ୍‌ପ ଡେସ୍କରେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.