Below header

ପ୍ରାକୃତିକ ସୌନ୍ଦର୍ଯ୍ୟର ଉଠାନ୍ତୁ ମଜା, ବୁଲିଯାନ୍ତୁ କଳାହାଣ୍ଡିର ସିନ୍ଦେର ଜଳପ୍ରପାତ

ପ୍ରାକୃତିକ ସୌନ୍ଦର୍ଯ୍ୟ ବଣପାହାଡ ଘେରା ଆଦିବାସୀ ସଂସ୍କୃତି ଓ ଅତି ସରଳ ଜୀବନ ଯାପନ କରୁଥିବା ଆଦିବାସି ଅଧୁସିତ ଅଂଚଳ ଥୁଆମୁଳ ରାମପୁର। ଏହି ଥୁଆମୁଳ ରାମପୁର ଅଞ୍ଚଳରେ ଅନେକ ପର୍ଯ୍ୟଟନ ସ୍ଥଳ ରହିଛି। ହାଲୋପଉନ୍ଟ , ଘୁମର ଜଳପ୍ରପାତ , ସିଗଂରିଘାଟି, ମହୁପାହାର , କର୍ଲାପାଟ ଅଭୟାରଣ୍ୟ ଭଳି ଅନେକ ପର୍ଯ୍ୟଟନ ସ୍ଥଳ ରହିଥିବା ବେଳେ ଥୁଆମୁଳ ରାମପୁରର ସିନ୍ଦେର ଜଳପ୍ରପାତ ହେଉଛି ସବୁ ପର୍ଯ୍ୟଟନ ସ୍ଥଳ ଠାରୁ ଅନ୍ୟତମ । ଆସନ୍ତୁ ଆଜି ବୁଲିଯିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସିନ୍ଦେର ଜଳପ୍ରପାତକୁ।

କଳାହାଣ୍ଡି ଜିଲ୍ଲା ଭବାନିପାଟଣା ଠାରୁ ୮୫ କିମି ଦୁରତାରେ ଅବସ୍ଥିତ ଏହି ଚିର ସ୍ରୋତା ସିନ୍ଦେର ଜଳପ୍ରପାତ। ଭବାନିପାଟଣା ସହର ଠାରୁ ଥୁଆମୁଳ ରାମପୁର ଗଲାପରେ ସେଠାରୁ ମାତ୍ର ୧୦ କିମି ଦୁରରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ଚିରସ୍ରାତା ସିନ୍ଦେର ଜଳପ୍ରପାତ । ଅପୁର୍ବ ସୌନ୍ଦଯ୍ୟ ସବୁଜ ବନାନିରେ ଭରପୁର ଥିବା ଏହି ସିନ୍ଦେର ଜଳପ୍ରପାତକୁ ଦୂରଦୁରାନ୍ତରୁ ବର୍ଷତମାମ ବହୁ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । ହଜାର ହଜାର ପର୍ଯ୍ୟଟକ ଆସି ଅପୁର୍ବ ସୌନ୍ଦର୍ଯ୍ୟରେ ଭରା ସିନ୍ଦେର ଜଳପ୍ରପାତର ମଜା ନେଉଥିବା ବେଳେ ନୁଆ ବର୍ଷର ମଜା ଟିକେ ନିଆରା ଥାଏ।
କାହିଁକିନା ନୁଆବର୍ଷ ଆସିଲେ ବହୁ ଦୂରଦୁରାନ୍ତରୁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଜମିଥାଏ ।

ଏହି ସିନ୍ଦେର ଜଳପ୍ରପାତ ପାହାଡର ବକ୍ଷ ଭେଦି କୁଳୁ କୁଳୁ ହୋଇ ବୋହିଚାଲିଛି ଚିରସ୍ରୋତା ଝରଣା। ମନେ ହେଉଛି ସତେ ଯେମିତି ପ୍ରକୃତି ରାଣି ଝରଣାରେ ହାତ ଠାରି ଡାକୁଛି । ବାସ୍ତବରେ ଏଭଳି ଦୃଶ୍ୟ ନିଜେ ନଦେଖିଲେ ବିଶ୍ୱାସ କରି ହେବ ନାହିଁ । ଏହି ଜଳପ୍ରପାତରେ ବର୍ଷତମାମ ଭିଡ ଲାଗି ରହିଥିବା ବେଳେ ନୁଆଁ ବର୍ଷ ଆସିଲେ ପିକନିକ ପାଇଁ ନିଜ ନିଜ ପରିବାର ଲୋକଙ୍କ ସହ ତଥା ସାଙ୍ଗ ସାଥି ମେଳରେ ପର୍ଯ୍ୟଟକ ଆସି ବଣଭୋଜିର ବେଶ ମାଜା ନିଅନ୍ତି। ଖାଲି ଏତିକି ନୁହେଁ ଝରଣାରେ ସେଲଫି ଫଟୋ ସାଙ୍ଗକୁ ବଣଭୋଜିର ମଜା ଓ ପରେ ଜମିଥାଏ ନାଚଗୀତର ଆସର ।

sindherତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସିନ୍ଦେର ଜଳପ୍ରପାତ ଆଜି ଯାଏଁ ସରକାରଙ୍କ ଦ୍ରୁଷ୍ଠିି ଆଢୁଆଳରେ ରହିଯାଇଛି । ଏତେ ସୁନ୍ଦର ସ୍ଥାନ ଥାଇ ମଧ୍ୟ ଆଜିଯାଏ ନେତା ମନ୍ତ୍ରୀ , ସରକାରିବାବୁଙ୍କ ପାଦ ପଡିନାହିଁ । ଏହି ସୁନ୍ଦର ମନୋଲୋଭା ରମଣୀୟ ସ୍ଥାନକୁ ଯିବା ଆସିବା ପାଇଁ ଆଜି ପର୍ଯ୍ୟନ୍ତ ରାସ୍ତା ଟିଏ ହୋଇପାରିଲା ନାହିଁ। ଆବଡ ଖାବଡ ଖାଲ ଖମାରେ ଭର୍ତି ମାଟିରାସ୍ତା। ଏହି ରାସ୍ତାରେ ଚାଲି ଯିବା କଷ୍ଠକର ହୋଇପଡୁଥିବା ବେଳେ ଜାନବାହାନ ଯିବା ଆସିବା କଥା ପଚାରେ କିଏ। ମାଓ ପ୍ରବଣ ଦୁର୍ଗମ ଅଂଚଳ ହୋଇଥିବା ବେଳେ ମୋବାଇଲ ମଧ୍ୟ ଠିକ ଭାବରେ କାମ କରେ ନାହିଁ ଏଠି। ଏହି ଜଳପ୍ରପାତ ୩ ପାହାଚ ଦେଇ ବୋହି ଚାଲିଥିବା ବେଳେ ସୌନ୍ଦର୍ଯ୍ୟକୁ ଉପେଭାଗ କରିବା ସମୟରେ ଉପରୁ ଖସି ପଡିଯିବାର ବହୁ ସଂଭାବନା ରହିଛି । ଏହିସୁନ୍ଦର ଜଳପ୍ରପାତର ସୌନ୍ଦର୍ଯ୍ୟକୁ ଉପେଭାଗ କରିବା ପାଇଁ ସୁରକ୍ଷା ବାଡର ଆବସ୍ୟକତା ରହିଥିବାବେଳେ ଏଠାରେ ବହୁ ଦୂରଦୁରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏକ ପାନ୍ଥନିବାସର ଆବସ୍ୟକତା ରହିଛି। ଠିକ ସେହିଭଳି ପାନିୟଜଳ , ଶୌଚାଳୟ , ମହିଳାଙ୍କ ପାଇଁ ବସ୍ତ୍ର ପରିବର୍ତ୍ତନ କକ୍ଷର ଆବସ୍ୟକତା ରହିଛି ।

ଏହାସହ ଥୁଆମୁଳ ରାମପୁର ଅଞ୍ଚଳରେ ଥିବା ହାଲୋପଏନ୍ଟ. ସିଗାଂରିଘାଟି , ମହୁପାହାର , ଓ ସିନ୍ଦେର ଜଳପ୍ରପାତ ନିକଟ ରେ ଏକ ରୋପେ ୱେ ବ୍ୟବସ୍ଥା କରା ଗଲେ ପ୍ରକ୍ରୁତିର ସୌନ୍ଦର୍ଯ୍ୟର ଭରପୁର ମଜା ଉଠାଇ ପାରିବେ ପର୍ଯ୍ୟଟକ ବୋଲି କହନ୍ତି ବୁଦ୍ଧିଜିବି । ତେଣୁ ମାନ୍ୟବର ପର୍ଯ୍ୟଟନ ମନ୍ତ୍ରି ଏଥି ପ୍ରତି ଦ୍ରୁଷ୍ଟି ଦେଇ ସିନ୍ଦେର ଜଳପ୍ରପାତକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେବାସହ ଉନ୍ନତି କରଣ କରିବା ସହ ଯିବା ଆସିବା ପାଇଁ ରାସ୍ତା, ଏକ ପାନ୍ଥନିବାସ, ପାନୀୟଜଳ, ରୋପ ୱେରେ ସୁରକ୍ଷାବାଡ ଦେଲେ ଏବଂ ଆହୁରି ସୌନ୍ଦର୍ଯ୍ୟ କରଣ କରାଗଲେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଏହି ସିନ୍ଦେର ଜଳପ୍ରପାତର ମଜା ଉଠାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.