ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲା: ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ରାଜି ହେଲାନାହିଁ ଅଭିଯୁକ୍ତ

ନୟାଗଡ଼: ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ରାଜି ହେଲାନାହିଁ ଅଭିଯୁକ୍ତ । ଏନେଇ ଅଭିଯୁକ୍ତ ନାବାଳକ ଜଣଙ୍କ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ଲିଖିତ ଭାବେ ଜଣାଇଛି । ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ରାଜି ହେଉନଥିବା ସଂପର୍କରେ ପୂର୍ବରୁ ମଧ୍ୟ କଳିଙ୍ଗ ଟିିଭିରେ ଖବର ପ୍ରସାରିତ ହୋଇଥିଲା ।

ଆଜି ଅଭିଯୁକ୍ତ ନାବାଳକକୁ ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିଲା । ଅଭିଯୁକ୍ତକୁ ଅନୁଗୁଳ ବାଳ ସୁଧାର ଗୃହରୁ ନୟାଗଡ଼ ପୋଲିସର ଏକ ଟିମ୍‌ ଆଣି ହାଜର କରିଥିଲା । ଅଭିଯୁକ୍ତର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଥିଲା । ତେବେ ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ମଙ୍ଗିନାହିଁ । ଏନେଇ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ସେ ଲିଖିତ ଭାବେ ଜଣାଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.