Below header

ସିଡନୀ ଟେଷ୍ଟ: ଦ୍ଵିତୀୟ ଦିନ ଶେଷ ସୁଦ୍ଧା ୨ ଓ୍ୱିକେଟ୍‌ ହରାଇ ୯୬ରନ୍ ସ୍କୋର କଲା ଟିମ ଇଣ୍ଡିଆ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍‌ନୀ ଗ୍ରାଉଣ୍ଡରେ ତୃତୀୟ ଟେଷ୍ଟର ଖେଳ ଜାରି ରହିଥିବା ବେଳେ ୨ୟ ଦିନର ଖେଳ ଆଜି ଶେଷ ହୋଇଛି । ୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ୍‌ ୪୫ ଓଭରରେ ୨ ଓ୍ୱିକେଟ୍‌ ହରାଇ ୯୬ରନ୍‌ କରିଛି । ବୋଲରଙ୍କ ଦମଦାର ପ୍ରଦର୍ଶନ ପରେ କମ ବ୍ୟାକ କରିଛି ଟିମ ଇଣ୍ଡିଆ । ଭାରତ ପକ୍ଷରୁ ୨ୟ ଦିନ ଖେଳ ଶେଷ ସୁଦ୍ଧା ଶୁଭମନ୍‌ ଗିଲ୍‌ ସର୍ବାଧିକ ୫୦ରନ୍‌ ଏବଂ ରୋହିତ ଶର୍ମା ୨୬ ରନ୍‌ ସ୍କୋର କରିଛନ୍ତି । ଯେବେକି କଙ୍ଗାରୁ ଦଳ ୩୩୮ରନ କରି ଅଲଆଉଟ ହୋଇଥିଲେ ।

ସିଡ଼ନୀ ଟେଷ୍ଟର ୨ୟ ଦିନ ଲଞ୍ଚ ବ୍ରେକ୍ ସୁଦ୍ଧା ଅଷ୍ଟ୍ରେଲିଆ ଦଳ ୮ ଓ୍ୱିକେଟରେ ୩୧୦ରନ ସଂଗ୍ରହ କରିଥିଲେ । ଟସ୍ ଜିତି ଅଷ୍ଟ୍ରେଲିଆ ପକ୍ଷରୁ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଗତକାଲି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଟିମ୍ ୨ ଓ୍ୱିକେଟ୍ ହରାଇ ୧୬୬ ରନ୍ କରିଥିଲା । ତେବେ ଆଜି ମ୍ୟାଚର ୨ୟ ଦିନ ଖେଳ ଆରମ୍ଭ ହୋଇଥିଲା । କିନ୍ତୁ ୨ଦିନର ପ୍ରଥମ ସେସନ ଭାରତୀୟ ବୋଲରଙ୍କ ପକ୍ଷରେ ହିଁ ରହିଥିଲା ।

ପ୍ରଥମ ସେସନରେ ଜାଡେଜା ଲାବୁସେନ ଓ ଓ୍ୱାଡେଙ୍କ ଓ୍ୱିକେଟ୍ ନେଇଥିବା ବେଳେ ବୁମ୍ରାହ କଙ୍ଗାରୁ ବ୍ୟାଟସମ୍ୟାନ୍ ଗ୍ରୀନଙ୍କୁ ଖାତା ଖୋଲିବା ପୂର୍ବରୁ ନିଜର ଶିକାର କରିଥିଲେ । କିନ୍ତୁ ଷ୍ଟିଭ୍ ସ୍ମିଥଙ୍କ ଫର୍ମ ଭାରତୀୟ ବୋଲରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସ୍ମିଥ୍ ଏବେ ୧୦୨ ରନ୍ ଖେଳି ଅପରାଜିତ ରହିଛନ୍ତି । ସେହିପରି ମହମ୍ମଦ ସିରାଜ ୧ ୱିକେଟ ନେଇଥିବା ବେଳେ ନବଦୀନ ସଇନିଙ୍କୁ ୧ ୱିକେଟ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.