ସହିଦ ଓଡ଼ିଆ ଯବାନ ଜ୍ୟୋତିପ୍ରକାଶଙ୍କ ନିଜ ଗାଁ ଖଣନ୍ତରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ଟାଙ୍ଗୀ(କେନ୍ଯୁଜ୍): ଜଣେ ଓଡ଼ିଆ ଯବାନ ଦେଶ ପାଇଁ ଡ୍ୟୁଟି କରୁଥିବା ଅବସ୍ଥାରେ ସହିଦ ହୋଇଛନ୍ତି। ଓଡ଼ିଆ ଯବାନ ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଖଣତ ଗ୍ରାମର ଦେବରାଜ ମହାରଣାଙ୍କ ପୁତ୍ର ଜ୍ୟୋତି ପ୍ରକାଶ ମହାରଣା (୨୫)। ଜ୍ୟୋତି ପ୍ରକାଶଙ୍କ ପିତା ମଧ୍ୟ ପୂର୍ବତନ ସେନା କର୍ମଚାରୀ। ସେ ଦୀର୍ଘ ୩୦ ବର୍ଷ ଧରି ଭାରତୀୟ ସେନାରେ କାର୍ଯ୍ୟରତ ଥିବାବେଳେ ୨୦୧୮ ଜାନୁଆରୀ ମାସରେ ସେନା ଚାକିରିରୁ ଅବସର ନେଇଥିଲେ।

ତେବେ ତାଙ୍କ ବଡ଼ ପୁଅ ଜ୍ୟୋତିପ୍ରକାଶ ୨୦୧୬ ମସିହାରେ ଭାରତୀୟ ସେନାର ଏମଆଇଆରସି ବିଭାଗରେ ଭର୍ତ୍ତି ହୋଇଥିଲେ। ସେ ପଞ୍ଜାବର ଭଟିଣ୍ଡା ଠାରେ ସେନାରେ କାର୍ଯ୍ୟରତ ଥିଲେ। ଡ୍ୟୁଟି କରିଥିବା ସମୟରେ ଜ୍ୟୋତି ହଠାତ ମୂର୍ଚ୍ଛା ହୋଇ ପଡିଯାଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ନିଆଯାଇଥିଲା । ହେଲେ ତାଙ୍କର ସେତେବେଳକୁ ଦେହାନ୍ତ ହୋଇସାରିଥିଲା। ଜ୍ୟୋତିଙ୍କ ମର ଶରୀର ଜାତୀୟ ପତାକାରେ ଆଚ୍ଛାଦିତ ହୋଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭାରତୀୟ ସେନା ବିମାନ ଯୋଗେ ଭଟିଣ୍ଡାରୁ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଞ୍ଚିଥିଲା ।

sahid

ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଞ୍ଚିଲା ପରେ ତାଙ୍କୁ ସେଠାରୁ ବିଷ୍ଣୁଡିହ ପଞ୍ଚାୟତର ସରପଞ୍ଚ ଶେଷଦେବ ପ୍ରଧାନ ଓ ବାପା ଦେବରାଜ ମହାରଣାଙ୍କ ଉପସ୍ଥିତିରେ ମରଶରୀର ନିଜ ଗ୍ରାମ ଖଣନ୍ତକୁ ଅଣାଯାଇଥିଲା । ମରଶରୀର ପହଁଚିବା ପରେ କାନ୍ଦ ବୋବାଳିରେ କମ୍ପି ଉଠିଥିଲା ସାରା ପରିବେଶ। ସମସ୍ତଙ୍କ ଆଖିରେ ଥିଲା ଲୁହ ଆଉ ମୁହଁରେ ଅମର ରହେ  ସହିଦ ଯବାନ ଜ୍ୟୋତି ପ୍ରକାଶ। ତେବେ ଆଜି ସକାଳେ ଶୋକକୁଳ ପରିବାର ଭିତରେ ଶେଷକୃତ୍ୟ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଥିଲା । ଗ୍ରାମବାସୀ , ସ୍ଥାନୀୟ ପ୍ରସାଶନ ଓ ୨୩ ମେକାନାଇଜ ଇନଫାଣ୍ଟ୍ରି ଉପସ୍ଥିତିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜ୍ୟୋତି ପ୍ରକାଶଙ୍କ ଶେଷକୃତ୍ୟ ସମ୍ପନ୍ନ  ହୋଇଥିଲା । ସାରା ଗାଁ ଓ ପରିବାର ଲୋକେ ସବୁଦିନ ପାଇଁ ବୀର ଯବାନଙ୍କୁ ବିଦାୟ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.