କଟକ : ଦିନକ ପାଇଁ ଅଦାଲତ କାର୍ଯ୍ୟକୁ ବର୍ଜନ କଲେ ଆଇନଜୀବୀ
କଟକ (କେନ୍ୟୁଜ୍) : ଦିନକ ପାଇଁ ଓଡିଶା ହାଇକୋର୍ଟ ସମେତ କଟକର ସମସ୍ତ ଅଦାଲତ କାର୍ଯ୍ୟକୁ ବର୍ଜନ କରିଛନ୍ତି ଆଇନଜୀବୀ । ହାଇକୋର୍ଟ ବାର ଆସୋସିଏସନର ନିଷ୍ପତ୍ତି ଅନୁଯାୟୀ ହାଇକୋର୍ଟଙ୍କର କୌଣସି ଅଦାଲତକୁ ଆଇନଜୀବୀମାନେ ଯାଇ ନଥିଲେ । ସେହିଭଳି କଟକର ସମସ୍ତ ନିମ୍ନ ଅଦାଲତକୁ ମଧ୍ୟ ଆଇନଜୀବୀ ବର୍ଜନ କରିଛନ୍ତି । ଓଡିଶା ହାଇକୋର୍ଟରେ ୧ ଲକ୍ଷ ୭୨ ହଜାର ମାମଲା ପଡି ରହିଥିବାବେଳେ ଏବେ ସ୍ୟାଟ୍ ଉଛେଦ ଯୋଗୁଁ ହାଇକୋର୍ଟରେ ମାମଲା ସଂଖ୍ୟା ଆହୁରି ବଢ଼ିବ ।
ତେଣୁ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୪୨କୁ ବୃଦ୍ଧି କରାଯାଉ ବୋଲି ସଂଘ ଦାବି କରିଛି। ଏହାସହ ଚାକିରି ସମ୍ପର୍କିତ ମାମଲା ଶୁଣିବା ପାଇଁ ହାଇକୋର୍ଟରେ ସ୍ୱତନ୍ତ୍ର ଖଣ୍ଡପୀଠ ଗଠିତ ହେଉ ବୋଲି ସଂଘ ଦାବି ରଖିଛି। ସ୍ୟାଟରେ ବିଚାରଧୀନ ଥିବା ୭୨ ହଜାର ମାମଲା ଫଇସଲାର ରାସ୍ତା ହାଇକୋର୍ଟ କରନ୍ତୁ ବୋଲି ସଂଘ ଦାବି ରଖିଛି । ଆସନ୍ତା ବୁଧବାର ସ୍ୟାଟ୍ ବାର ଆସୋସିଏସନର ପରବର୍ତ୍ତୀ ବୈଠକ ଥିବାବେଳେ ପରବର୍ତ୍ତୀ କାର୍ୟ୍ୟପନ୍ଥା ସମ୍ପର୍କରେ ଆଲୋଚନା ହେବ । ସେହିପରି ସ୍ୟାଟ୍ ଉଚ୍ଛେଦ ପ୍ରତିବାଦରେ ଭୁବନେଶ୍ୱର ବାର୍ ଆସୋସିଏସନ ଓ ସାଟ ବାର୍ ଆସୋସିଏନ ପକ୍ଷରୁ ପ୍ରତିବାଦ କରାଯାଇଛି । ଆସୋସିଏସନ ପକ୍ଷରୁ କଳାଦିବସ ପାଳନ କରାଯାଇଥିଲା ।