ନବୀନ ଓଡ଼ିଶା ଗଠନ କରିବାକୁ ନେତା ଓ କର୍ମୀ ନେବେ ଶପଥ, ବିଜୁ ଜୟନ୍ତୀରେ ଧାର୍ଯ୍ୟ ହେବ ବିଜେଡିର ନବୀନ ଲକ୍ଷ୍ୟ

ଦଳୀୟ ଏକତା ଓ ପାର୍ଟି ଅନୁଶାସନ ଭିତରେ କାମ କରିବା ସହ ରାଜ୍ୟର ସ୍ୱାର୍ଥ ତଥା ରାଜ୍ୟବାସୀଙ୍କ ସେବା ପାଇଁ କାଲି ଦଳୀୟ ନେତା ଶପଥ ନେବେ। ଦଳ ମଜଭୁତ କରିବା ପାଇଁ କାମ କରିବେ।ରାଜ୍ୟବାସୀଙ୍କ ସେବାକୁ ବ୍ରତ ଭାବେ ଗ୍ରହଣ କରିବେ।

କେନ୍ୟୁଜ୍(ବ୍ୟୁରୋ):ବିଜୁ ଜୟନ୍ତୀରେ ଧାର୍ଯ୍ୟ ହେବ ବିଜେଡିର ନବୀନ ଲକ୍ଷ୍ୟ। ନବୀନ ଓଡ଼ିଶା ଗଠନ କରିବାକୁ ନେତା ଓ କର୍ମୀ ନେବେ ଶପଥ। ଦଳୀୟ ଏକତା ଓ ପାର୍ଟି ଅନୁଶାସନ ଭିତରେ କାମ କରିବା ସହ ରାଜ୍ୟର ସ୍ୱାର୍ଥ ତଥା ରାଜ୍ୟବାସୀଙ୍କ ସେବା ପାଇଁ କାଲି ଦଳୀୟ ନେତା ଶପଥ ନେବେ। ଦଳ ମଜଭୁତ କରିବା ପାଇଁ କାମ କରିବେ।

ରାଜ୍ୟବାସୀଙ୍କ ସେବାକୁ ବ୍ରତ ଭାବେ ଗ୍ରହଣ କରିବେ। ଏକ ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନୀ ନବୀନ ଓଡ଼ିଶା ପାଇଁ ବିଜେଡି ସୁପ୍ରିମୋ ଦେଇଛନ୍ତି ଆହ୍ଵାନ। ଏହାସହ ନିର୍ଭିକ ଭାବେ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନର ସୁରକ୍ଷା ସହିତ ଓଡ଼ିଶାର ନ୍ୟାୟ ଦାବି ହାସଲ କରିବାକୁ ଶପଥ ନେବେ ବିଜେଡି ନେତା ଓ କର୍ମୀ।