ପିପିଲି ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଛାତରୁ ଖସିଲା ଅତଡା, କିରାଣୀ ଗୁରୁତର ଆହତ

ଗୁରୁତର ଅବସ୍ଥାରେ ପ୍ରଥମେ ସାକ୍ଷୀଗୋପାଳ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା । ପରେ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି ।ସୁମନ୍ତଙ୍କ ମୁଣ୍ଡରେ ୫ଟି ଷ୍ଟିଚ୍‌ ପଡିବା ସହ ଦୁଇ ହାତରେ ମଧ୍ୟ ଆଘାତ ଲାଗିଥିଲା ଜଣାପଡିଛି ।

ପିପିଲି(କେନ୍ୟୁଜ୍): ପୁରୀ ଜିଲ୍ଲା ପିପିଲି ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଛାତରୁ ଖସିଲା ଅତଡା । କିରାଣୀ ସୁମନ୍ତ ଷଡ଼ଙ୍ଗୀ ଗୁରୁତର ଆହତ । ଛାତରୁ ଅତଡା ଖସି ସୁମନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ପ୍ରଥମେ ସାକ୍ଷୀଗୋପାଳ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା । ପରେ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି ।

ସୁମନ୍ତଙ୍କ ମୁଣ୍ଡରେ ୫ଟି ଷ୍ଟିଚ୍‌ ପଡିବା ସହ ଦୁଇ ହାତରେ ମଧ୍ୟ ଆଘାତ ଲାଗିଥିଲା ଜଣାପଡିଛି । ଘଟଣା ସ୍ଥଳରେ ବିଡ଼ିଓ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.