ଇ-ଶ୍ରମ କାର୍ଡରୁ ମିଳିଥାଏ ଢ଼େର ଲାଭ
ଇ-ଶମ୍ର କାର୍ଡରେ କରନ୍ତୁ ନିଜର ରେଜିଷ୍ଟ୍ରେସନ । ପାଇବେ ଖାଲି ଫାଇଦା ହିଁ ଫାଇଦା । ଏବେ ପର୍ଯ୍ୟନ୍ତ ଏହି ପୋର୍ଟାଲରେ ପାଖାପାଖି ୨୦କୋଟି ଲୋକ ରେଜିଷ୍ଟ୍ରେସନ କରିଛନ୍ତି। ତେବେ ଏଥିରେ ଭାରତର ଅନେକ ରାଜ୍ୟରୁ ଲୋକ ଯୋଡ଼ି ହୋଇଛନ୍ତି। ଏବେ ରେଜିଷ୍ଟ୍ରଡ କରିଥିବା ସମସ୍ତ ଶ୍ରମିକଙ୍କୁ ଲାଭ ଦେବା ପାଇଁ ସେମାନଙ୍କୁ ଇ-ଶ୍ରମ କାର୍ଡ ଦିଆଯିବ ।

ଅଳ୍ପ କାମ କରି ଅଧିକ ଫାଇଦା ପାଇବାକୁ ଚାହୁଁଥିଲେ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ। କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଦମଦାର ଯୋଜନା ବାହାର କରାଯାଇଛି। ଏହା ଅନ୍ତର୍ଗତ ସବୁ ବର୍ଗର ଲୋକ ଜବରଦସ୍ତ ଫାଇଦା ଉଠାଇପାରିବେ। ତେବେ ଏହି ଯୋଜନା କଣ ଆଉ କିପରି ଏଥିରୁ ଫାଇଦା ଉଠାଇବେ ଜାଣନ୍ତୁ ..
ଦର୍ଶକବନ୍ଧୁ ଆମେ କହୁଛୁ ଇ-ଶ୍ରମ ପୋର୍ଟାଲ କଥା। ଯେଉଁଥିରେ ରେଜିଷ୍ଟ୍ରେସନ କରି ଆପଣ ଅନେକ ଫାଇଦା ପାଇପାରିବେ। ଏହି ପୋର୍ଟାଲରେ ସବୁବର୍ଗର ଲୋକ ନିଜର ରେଜିଷ୍ଟ୍ରେସନ କରିପାରିବେ। ଏଥିପାଇଁ କେବଳ ଆଧାର ନମ୍ବର ଏବଂ ବ୍ୟାଙ୍କ ଡିଟେଲ ଆବଶ୍ୟକ ହୋଇଥାଏ। ସରକାରଙ୍କ ଦ୍ୱାରା ଲଞ୍ଚ ହୋଇଥିବା ଏହି ପୋର୍ଟାଲରେ ନିଜର ରେଜିଷ୍ଟ୍ରେସନ କରି ଫାଇଦା ଉଠାଇବେ।
ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଦ୍ୱାରା ୨୬ ଅଗଷ୍ଟ ୨୦୨୧ରେ ଅସଂଗଠିତ କ୍ଷେତ୍ରରେ ଶ୍ରମିକଙ୍କ ଡାଟାବେସ୍ ତିଆରିକରିବା ପାଇଁ ଇ-ଶ୍ରମ ପୋର୍ଟାଲ ଲଞ୍ଚ କରାଯାଇଥିଲା। ଏବେ ପର୍ଯ୍ୟନ୍ତ ଏହି ପୋର୍ଟାଲରେ ପାଖାପାଖି ୨୦କୋଟି ଲୋକ ରେଜିଷ୍ଟ୍ରେସନ କରିଛନ୍ତି। ତେବେ ଏଥିରେ ଭାରତର ଅନେକ ରାଜ୍ୟରୁ ଲୋକ ଯୋଡ଼ି ହୋଇଛନ୍ତି। ଏବେ ରେଜିଷ୍ଟ୍ରଡ କରିଥିବା ସମସ୍ତ ଶ୍ରମିକଙ୍କୁ ଲାଭ ଦେବା ପାଇଁ ସେମାନଙ୍କୁ ଇ-ଶ୍ରମ କାର୍ଡ ଦିଆଯିବ ।
ତେବେ ସରକାରଙ୍କ ଏହି ଶ୍ରମ କାର୍ଡ ନିହାତି ଭାବେ ଲୋକଙ୍କ ଲାଭ ପାଇଁ କରାଯାଇଛି। ସୂଚନା ଅନୁଯାୟୀ ଏହି କାର୍ଡ ସାହାଯ୍ୟରେ ସରକାରଙ୍କ ଦ୍ୱାରା ଅନେକ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ଯୋଗଦେଇ ଅନେକ ଲାଭ ଉଠାଇପାରିବେ। ଏଥିରେ ପ୍ରଥମେ ପୋର୍ଟାଲ ରେଜିଷ୍ଟ୍ରେସନ କରିବାକୁ ହେବ। ପୋର୍ଟାଲରେ ସଫଳତାପୂର୍ବକ ରେଜିଷ୍ଟ୍ରେସନ କରିବା ପରେ ଆପଣଙ୍କୁ ଇ-ଶ୍ରମ କାର୍ଡ ମିଳିବ। ଏଥିରେ ୧୨ ଅଙ୍କର ୟୁଏଏନ୍ ନମ୍ବର ଦିଆଯିବ। ତେବେ ୟୁଏଏନ୍ ନମ୍ବର କଣ ?
ୟୁଏଏନ୍ ୧୨ ନମ୍ବର ବିଶିଷ୍ଟ ସଂଖ୍ୟା। ଯାହା ପୋର୍ଟାଲ ରେଜିଷ୍ଟ୍ରେସନ ପରେ ମିଳିଥାଏ। ଏହା ପ୍ରତ୍ୟେକ ଅସଂଗଠିତ କର୍ମଚାରୀଙ୍କୁ ଦିଆଯିବ। ଏହାପରେ ସେମାନେ ସବୁଦିନ ପାଇଁ ଏହି ନମ୍ବର ସାହାଯ୍ୟରେ ସହାୟତା ମୂଳକ କାର୍ଯ୍ୟ କରିପାରିବେ। ଯାହା ସରକାରରଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିବ। ଏଥିପାଇଁ କିଛି ଆବଶ୍ୟକୀୟ ପେପରଓ୍ଵାର୍କ କରାଯାଏ:
-ଆଧାର ନମ୍ବର
-ଆଧାର ସହ ଯୋଡ଼ି ହୋଇଥିବା ମୋବାଇଲ ନମ୍ବର
-ବ୍ୟାଙ୍କ ଖାତା ଡିଟେଲ
-ବୟସ ୧୬ ରୁ ୫୯ ବର୍ଷ ହୋଇଥିବା ଆବଶ୍ୟକ।
ଏବେ ଜାଣନ୍ତୁ କିପରି କରିବେ ରେଜିଷ୍ଟ୍ରେସନ:
-ପୋର୍ଟାଲର ଅଫିସିଆଲ େଓ୍ଵବସାଇଟକୁ ଯାଆନ୍ତୁ
-ରେଜିଷ୍ଟ୍ରେସନ ଅପସନ୍ କୁ ଚୁଜ କରନ୍ତୁ।
-ଏହାପରେ ଇ-ଶ୍ରମ ରେଜିଷ୍ଟ୍ରେସନରେ କ୍ଳିକ କରନ୍ତୁ।
-ଆଧାର ଲିଙ୍କ ମୋବାଇଲ ନମ୍ବର ଦିଅନ୍ତୁ
-ପରେ ଓଟିପି ନମ୍ବରକୁ ଏଣ୍ଟର କରାନ୍ତୁ।
-ଏହାପରେ ନିଜର ଇ-ଶ୍ରମ ଫର୍ମକୁ ପୂରଣ କରନ୍ତୁ।
ଏହିପରି ଭାବେ କଲେ ଆପଣ ପୋର୍ଟାଲରେ ଖୁବ ସହଜରେ ନିଜ ନାଁକୁ ରେଜିଷ୍ଟ୍ରର କରିପାରିବେ। ପରେ ସରକାରଙ୍କ ସମସ୍ତ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେଇ ଅନେକ ଲାଭ ପାଇପାରିବେ।
ବ୍ୟୁରୋ ରିପୋର୍ଟ କେନ୍ୟୁଜ ଓଡ଼ିଶା