ରାତିରେ ଟ୍ରେନ ଅଧିକ ବେଗରେ କାହିଁକି ଯାଏ?

ରାତିରେ ଟ୍ରେନ କାହିଁକି ତୀବ୍ର ବେଗରେ ଯାଇଥାଏ। ଟ୍ରାକରେ ପଡ଼ିଥିବା ପଥର ଏଥିପାଇଁ କିପରି ସାହାଯ୍ୟ କରେ ।ପ୍ରକୃତରେ ଏହା ପଛରେ ରହିଛି ଅନେକ କାରଣ।ଗୋଟିଏ ଟ୍ରେନର ଓଜନ ୧୦ ଲକ୍ଷ ଟନ ପାଖାପାଖି ଥାଏ। ଏହି ଓଜନ କେବଳ ଟ୍ରାକ ସମ୍ଭାଳିପାରିବ ନାହିଁ। ତେଣୁ ଏଥିପାଇଁ ପଥର ରହିଥାଏ ରେଳ ଟ୍ରାକ ରେ.. ଆଉ ରାତି ସମୟରେ ଟ୍ରାକ ଖାଲି ହେତୁ ସ୍ପିଡ଼ରେ ଯାଇଥାଏ।

ଭାରତରେ ଟ୍ରେନର ଆରମ୍ଭ ଇଂରେଜ ମାନେ କରିଥିଲେ। ଶୁଣିବାକୁ ମିଳେ ଯେ ବି୍ରିଟିଶ ଶାସନ ଅମଳରେ ଇଂରେଜ ମାନେ ନିଜ ସ୍ଥାନକୁ ଯାତ୍ରା କରିବା ପାଇଁ ଅସୁବିଧା ହେଉଥିଲା ତେଣୁ ସେମାନେ ଟ୍ରେନ ଲାଇନ ତିଆରି କରିଥିଲେ । ଆଉ ସେମାନେ ହିଁ ଟ୍ରେନ ପ୍ରଥମେ ଗଡ଼ାଇଥିଲେ। ଭାରତୀୟ ରେଳ ର ଇତିହାସ ବହୁତ ପୁରୁଣା। ତେଣୁ ଏହା ସହିତ ଜଡ଼ିତ ସୂଚନା ମଧ୍ୟ ହୋଇଥାଏ ଖୁବ ରୋଚକପୂର୍ଣ୍ଣ। ଆପଣ ମଧ୍ୟ କେବେ ନା କେବେ ଟ୍ରେନରେ ଯାତ୍ରା କରିଥିବେ। କେବେ କେବେ ଆପଣ ନୋଟିସ କରିଥିବେ ରାତିରେ ଟ୍ରେନ ତୀବ୍ର ବେଗରେ ଯାଉଥିବାର.. ସାଧାରଣତଃ ଦିନ ଅପେକ୍ଷା ରାତିରେ ଟ୍ରେନର ବେଗ ବଢ଼ିଯାଏ। ଏହା ପଛରେ କାରଣ କଣ ରହିଛି ଜାଣିଛନ୍ତି କି? ଆସନ୍ତୁ ଜାଣିବା..

ପ୍ରକୃତରେ ଏହା ପଛରେ ରହିଛି ଅନେକ କାରଣ। ରାତି ସମୟରେ ନା ହିଁ ଟ୍ରାକରେ କିଛି ମେଣ୍ଟେନାସ୍‌ ର କାମ ହୋଇଥାଏ ନା ହିଁ କେହି ଯିବା ଆସିବା କରନ୍ତି। ଏହା କାରଣରୁ ରାତିରେ ଟ୍ରେନରେ ଅଧିକ ବେଗରେ ଟ୍ରାକରେ ଗଡ଼ିଥାଏ। ରାତି ରେ ଟ୍ରେନକୁ ଅଧିକ ଫାଇଦା ମଧ୍ୟ ମିଳିଥାଏ। ଲୋକ ପାଇଲଟ କୁ ଦୂରରୁ ହିଁ ସିଗନାଲ ନଜର ଆସିଥା,। ତାଙ୍କୁ ଦୂରରୁ ହିଁ ଜଣାପଡେ ଟ୍ରେନରେ ବ୍ରେକ କେତେବେଳେ ମରାଯିବ। ଟ୍ରେନରର ସ୍ପିଡ଼ ଏମିିତିରେ କମ ହୋଇନଥାଏ। ତେଣୁ ଟ୍ରେନର ବେଗ ଅଧିକ ବୋଲି ଜଣାପଡ଼େ।

ତେବେ ରେଳର ଯେଉଁ ଧାରଣା ବା ଟ୍ରାକ ରହିଛି ତାହା ତଳେ ଏକ ପ୍ଲେଟ ରହିଛି। ଯାହାକି କଂକ୍ରିଟରେ ବନିଛି। ଏହାକୁ ସ୍ଲିପର କୁହାଯାଏ। ଏହା ତଳେ ଗୋଡ଼ି ଥାଏ। ଯାହାକୁ ଆମେ ବାଲାଷ୍ଟ କୁହାଯାଏ। ଏଥିରେ ବିଭିନ୍ନ ପ୍ରକାରର ଦୁଇଟି ସ୍ତରର ମାଟି ଥାଏ। ସବୁଠୁ ତଳେ ନର୍ମାଲ ଭୂମି ଥାଏ। ଭୂମିର ଟିକେ ଉପରକୁ ଟ୍ରେନର ଟ୍ରାକ ଥାଏ। ଯେବେକି ମେଟ୍ରୋ କିମ୍ବା ବୁଲେଟ ଟ୍ରେନର ଯେଉଁ ଟ୍ରାକ ଥାଏ ସେଥିରେ ଗୋଡ଼ି ନଥାଏ। ଟ୍ରାକ ପୂର୍ଣ୍ଣ ରୂପେ କଂକ୍ରିଟ ଥାଏ।

ଟ୍ରାକ ପାଖରେ କାହିଁକି ଥାଏ ପଥର?
ରେଳଟ୍ରାକ ପାଖରେ ଆପଣ ପଥର ପଡ଼ିଥିବାର ଦେଖିଥିବେ। ଏହା ପଛରେ ଅନେକ କାରଣ ଥାଏ। ରେଳ ଟ୍ରାକ ରେ ଯେଉଁ ଚିପ୍ସ ବୋଲଡର ଥାଏ ତାହା ପରସ୍ପରକୁ ଜାବୁଡ଼ି ଧରି ରଖିଥାଏ। ଯେବେ କେଉଁ ଟ୍ରେନ ସେହି ଟ୍ରାକ ଦେଇଯାଏ ତେବେ ତାହା ସେହି ଓଜନକୁ ସହଜରେ କଣ୍ଟ୍ରୋଲ କରିପାରେ। ଆପଣ ଜାଣିଛନ୍ତି କି ଗୋଟିଏ ଟ୍ରେନର ଓଜନ ୧୦ ଲକ୍ଷ ଟନ ପାଖାପାଖି ଥାଏ। ଏହି ଓଜନ କେବଳ ଟ୍ରାକ ସମ୍ଭାଳିପାରିବ ନାହିଁ। ତେଣୁ ଏଥିପାଇଁ ପଥର ରହିଥାଏ ରେଳ ଟ୍ରାକ ରେ.. ଆଉ ରାତି ସମୟରେ ଟ୍ରାକ ଖାଲି ହେତୁ ସ୍ପିଡ଼ରେ ଯାଇଥାଏ।

ଭାରତୀୟ ରେଳ ବିଭାଗ ଦୁନିଆରେ ୪ର୍ଥ ଏବଂ ଏସିଆର ଦ୍ୱିତୀୟ ସବୁଠୁ ବଡ଼ ରେଳ ନେଟଓ୍ଵାର୍କ। ଭାରତରେ ରେଳ ଷ୍ଟେସନର ସଂଖ୍ୟା ପାଖାପାଖି ୮ହଜାର। ଅଧିକାଂଶ ଲୋକ ରେଳ ଯାତ୍ରା କରିବା ପାଇଁ ପସନ୍ଦ କରିଥାନ୍ତି। ଏହା ଶସ୍ତା ସହ ହୋଇଥାଏ ଆରାମଦାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.