Below header

୪୦ବର୍ଷ ପରେ ଶନିଦେବଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

କାକଟପୁର ନିକକ ପାଟପୁର ଗ୍ରାମରେ ଶନି ଦେବଙ୍କ ନୂତନ ମନ୍ଦିର ସହିତ ନୂତନ ବିଗ୍ରହ ପ୍ରତିଷ୍ଠା ହୋଇଛି | ଗ୍ରାମବାସୀଙ୍କର ଦୀର୍ଘ ଚାଳିଶ ବର୍ଷ ର ଆଶା ପୂରଣ ହୋଇଛି | ଏହି ଅବସରରେ ଯଜ୍ଞରେ ଆହୁତି ସହ ପଣ୍ଡିତଙ୍କ ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ଗ୍ରାମ ର ପରିବେଶ |

ଶନି ଦେବ ହେଉଛନ୍ତି ନ୍ୟାୟର ଦେବତା | ଶନି ଦେବଙ୍କ କୋପ ଦୃଷ୍ଠିରୁ କେହିବି ତ୍ରାହି ପାରି ନାହାନ୍ତି | ଶନି ଦେବଙ୍କ ଶରଣ ନେଲେ ରୋଗ ,ଦୋଷ ,ପାପ ମୋଚନ ହୋଇଥାଏ | ଉଚିତ କର୍ମ କଲେ ଶନିଦେବ ଖୁବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ତେବେ ଆମ ହିନ୍ଦୁ ଧର୍ମରେ ଶନିଦେବଙ୍କର ପୂଜା ପାଇଁ ଅନେକ ନିୟମ ରହିଛି। ପ୍ରତିବର୍ଷ ଅନ୍ୟ ଦେବଦେବୀଙ୍କ ଭଳି ଶନିଦେବଙ୍କ ର ମଧ୍ୟ ପୂଜା କରାଯାଏ। କାକଟପୁର ନିକଟ ପାଟପୁର ଗ୍ରାମରେ ଏକ ବରଗଛ ମୂଳରେ ଆଜିକୁ ଦୀର୍ଘ ଚାଳିଶ ବର୍ଷ ହେବ ଗ୍ରାମବାସୀ ମାନେ ଶନି ଦେବଙ୍କ ଫଟୋ ରଖି ସେଠାରେ ପୂଜା କରିଆସୁଥିଲେ |

ପ୍ରତେକ ଶନିବାର ସେଠାରେ ଶନି ଦେବଙ୍କ ମେଳା ମଧ୍ୟ ଆୟୋଜନ କରୁଥିଲେ | ଗ୍ରାମରେ ଶନି ଦେବଙ୍କୁ ସ୍ଥାୟୀ ଭାବରେ ପ୍ରତିଷ୍ଠା କରି ପୂଜାକରିବାର ଆଶା ରଖିଥିଲେ ମଧ୍ୟ ଗୋଟେ ମନ୍ଦିର ନିର୍ମାଣ କରି ସେଠାରେ ବିଗ୍ରହ ପ୍ରତିଷ୍ଠା କରିବା କିଛି ସହଜ କଥା ନଥିଲା | ସେବେଠାରୁ ସେହି ବରଗଛ ମୂଳରେ ପୂଜାପାଇ ଆସୁଥିଲେ ଶନି ଦେବ | ଦୀର୍ଘ ଚାଳିଶ ବର୍ଷ ପରେ ଗ୍ରାମବାସୀ ମାନେ ଏକାଠି ହୋଇ ଶନି ଦେବଙ୍କ ଏକ ମନ୍ଦିର ନିର୍ମାଣ କରିବା ସହିତ ଏକ ବିଗ୍ରହ ପ୍ରତିଷ୍ଠା କରିବାକୁ ନିଷ୍ପତି ନେଲେ | ସମସ୍ତ ଗ୍ରାମବାସୀଙ୍କ ପ୍ରୟାସ ରେ ମନ୍ଦିର ନିର୍ମାଣ ହୋଇ ସେଠାରେ ଶନି ଦେବଙ୍କ ବିଗ୍ରହ ପ୍ରତିଷ୍ଠା ହୋଇପାରିଛି |

କାକଟପୁର ନିକକ ପାଟପୁର ଗ୍ରାମରେ ଶନି ଦେବଙ୍କ ନୂତନ ମନ୍ଦିର ସହିତ ନୂତନ ବିଗ୍ରହ ପ୍ରତିଷ୍ଠା ହୋଇଛି | ଗ୍ରାମବାସୀଙ୍କର ଦୀର୍ଘ ଚାଳିଶ ବର୍ଷ ର ଆଶା ପୂରଣ ହୋଇଛି | ଏହି ଅବସରରେ ଯଜ୍ଞରେ ଆହୁତି ସହ ପଣ୍ଡିତଙ୍କ ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ଗ୍ରାମ ର ପରିବେଶ |

ଦୀର୍ଘ ଚାଳିଶ ବର୍ଷ ପରେ ଶନି ଦେବଙ୍କ ମନ୍ଦିର ପ୍ରତିଷ୍ଠା କରାଯିବା ସହ ଶନି ଦେବଙ୍କ ବିଗ୍ରହ ପ୍ରତିଷ୍ଠା ପାଇଁ ସ୍ବତନ୍ତ୍ର ରୀତି ନୀତି ଅନୁଯାଇ ପଣ୍ଡିତଙ୍କ ଦ୍ବାରା ଯଜ୍ଞ ଆରମ୍ଭ କରାଯାଇଥିଲା | ଏହି ଆଧ୍ୟାତ୍ମିକ କାର୍ଜକ୍ରମରେ ପାଟପୁର ଗ୍ରାମର ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତ ଗ୍ରାମବାସୀ ସାମିଲ ହୋଇଥିଲେ |ଦୀର୍ଘ ତିନିଦିନ ବ୍ଯାପୀ ଏକ ବିଶ୍ଵଶାନ୍ତି ଯଜ୍ଞର ଆୟୋଜନ କରାଯାଇଥିଲା | ଏହି ଯଜ୍ଞ ପାଇଁ ନିକଟ ପ୍ରାଚୀ ନଦୀରୁ ଗ୍ରାମର ମହିଳାଙ୍କ ଦ୍ବାରା କଳଶ ଯାତ୍ରା କରାଯାଇ ସେଠାରୁ ଜଳ ଅଣାଯାଇଥିଲା | ଜଳ ଅଣାଯାଇ କଳଶ ଯାତ୍ରା ପରେ ବିସ୍ଵଶାନ୍ତି ଯଜ୍ଞ ଆରମ୍ଭ କରାଯାଇ କର୍ମକାଣ୍ଡ ପଣ୍ଡିତ ମାନଙ୍କ ଦ୍ବାରା ଘୃତାହୁତି ପ୍ରଦାନ କରାଯାଇ ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରାଥନା କରାଯାଇଥିଲା | ତିନିଦିନ ଧରି ଚାଲିଥିବା ଯଜ୍ଞ ର ପୂର୍ଣ୍ଣାହୁତି ପ୍ରଦାନ କରାଯାଇ ନୂତନ ବିଗ୍ରହ ଙ୍କୁ ମନ୍ଦିର ପ୍ରବେଶ କରାଯାଇ ପ୍ରତିଷ୍ଠା କରାଯାଇଥିଲା |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.