ରାଜ୍ୟରେ ବଢୁଛି ତାତି, ଆଗକୁ ଅସମ୍ଭାଳ ହେବ ଗ୍ରୀଷ୍ମପ୍ରବାହ

ଆଜି ରାଜଧାନୀ ଭୁବନେଶ୍ୱରରେ ଦିନ ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ୍‌ ଛୁଇଁଛି । ଆଗକୁ ଅଧିକ ହୋଇପାରେ ତାପମାତ୍ରା । ସକାଳ ୧୦ଟାରୁ ଟାଇଁ ଟାଇଁ ଖରା ହେଉଛି ।

କେନ୍ୟୁଜ୍(ବ୍ୟୁରୋ): ଡେଉଁଛି ପାରଦ । ରାଜ୍ୟରେ ବଢୁଛି ତାତି । ଏବେଠୁ ଅସହ୍ୟ ହେଲାଣି । ଆଗକୁ ଅସମ୍ଭାଳ ହେବ ଗ୍ରୀଷ୍ମପ୍ରବାହ । ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ ପାର କଲାଣି । ଆଜି ରାଜଧାନୀ ଭୁବନେଶ୍ୱରରେ ଦିନ ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ୍‌ ଛୁଇଁଛି । ଆଗକୁ ଅଧିକ ହୋଇପାରେ ତାପମାତ୍ରା ।

ସକାଳ ୧୦ଟାରୁ ଟାଇଁ ଟାଇଁ ଖରା ହେଉଛି । ଏବେଠୁ ହାତଗୋଡ଼ ଜଳିଲା ଭଳି ଲାଗୁଛି । ମାର୍ଚ୍ଚରେ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍‌ ଛୁଇଁବା ନେଇ ପୂର୍ବରୁ ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ ୩-୪ ଦିନରେ ପାଣିପାଗରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ । ଫେବ୍ରୁଆରୀରେ ଶେଷ ସପ୍ତାହରେ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ପାର କରିଥିଲା । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.