ମା’ ସୁନାଦେଈଙ୍କ ଦର୍ଶନ ସାରି ଫେରୁଥିବା ବେଳେ ବାଟରେ ଛକି ବସିଥିଲା କଲରାପତରିଆ, ଭୟରେ ସ୍ଥାନୀୟ ଲୋକେ

ନୂଆପଡା ଜିଲ୍ଲା ସୁନାବେଡା ଅଭୟା ରଣ୍ୟର ଗଡ଼ଗଡା ଘାଟିରେ ଏହି କଲରାପତରିଆ ବାଘ ବୁଲୁଥିବା ବେଳେ କିଛି ଯୁବକ ମୋବାଇଲ କ୍ୟାମେରାରେ ବାଘ ବୁଲୁଥିବାର ଦୃଶ୍ୟକୁ କଏଦ କରିଛନ୍ତି ।

ନୂଆପଡା (କେନ୍ୟୁଜ୍‌): ନୂଆପଡା ଜିଲ୍ଲା ସୁନାବେଡା ଅଭୟା ରଣ୍ୟର ଗଡ଼ଗଡା ଘାଟିରେ ଏହି କଲରାପତରିଆ ବାଘ ବୁଲୁଥିବା ବେଳେ କିଛି ଯୁବକ ମୋବାଇଲ କ୍ୟାମେରାରେ ବାଘ ବୁଲୁଥିବାର ଦୃଶ୍ୟକୁ କଏଦ କରିଛନ୍ତି । ବାଘ ଦେଖିବା ପରେ ସୁନାବେଡାକୁ ଯାତାୟତ କରୁଥିବା ଲୋକେ ଆତଙ୍କିତ ହୋଇ ପଡିଛନ୍ତି ।

ଅପରାହ୍ନ ସମୟରେ କୋମନା ବ୍ଲକ ତରବୋଡ ଅଞ୍ଚଳର କିଛି ଯୁବକ ସୁନାବେଡାର ଅଧିଷ୍ଠାତ୍ରୀ ଦେବୀ ମା’ ସୁନାଦେଈଙ୍କ ଦର୍ଶନ କରି ଏକ ଗାଡ଼ିରେ ଫେରୁଥିବା ବେଳେ ଗଡ଼ଗଡା ଘାଟି ନିକଟରେ ଏକ କଳରାପତରିଆ ବାଘ ଗାଡି ନିକଟକୁ ଚାଲିଆସିଥିଲା । ବାଘକୁ ଦେଖି ଭୟରେ ଡ୍ରାଇଭର ଗାଡିର ସମସ୍ତ କାଚକୁ ବନ୍ଦ କରିଦେଇଥିଲେ । ହେଲେ ଗାଡି ଭିତରେ ବସିଥିବା କିଛି ଯୁବକ ନିଜ ମୋବାଇଲରେ ବାଘର ଭିଡ଼ିଓ ଚିତ୍ର କଏଦ କରିଥିଲେ । ଏବେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ଏକ ଛୁଆ ବାଘ ହୋଇଥିବାରୁ ସେଠାରେ ବାଘୁଣୀ ରହିଥିବାର ମଧ୍ୟ ଅନୁମାନ କରାଯାଉଛି । ଏଵେ ସୁନାବେଡାକୁ ଯାତାୟତ କରୁଥିବା ଲୋକେ ବାଘ ଭୟରେ ଆତଙ୍କିତ ହୋଇପଡିଛନ୍ତି ।

ଦିନକୁ ଦିନ ବାଘ ଭାଲୁ ଓ ହାତୀଙ୍କ ଆକ୍ରମଣର ଶିକାର ହେଉଛନ୍ତି ମଣିଷ । ତେବେ ଜଙ୍ଗଲ କ୍ଷୟ ହେଉଥିବାରୁ ଏହି ଜୀବ ଯନ୍ତୁ ମାନେ ଖାଦ୍ୟ ନପାଇ ଜଙ୍ଗଲ ଛାଡ଼ି ଜନବସନତି ସ୍ଥାନକୁ ପଳାଇ ଆସୁଛନ୍ତି । ତେଣୁ ଭୟରେ ଲୋକମାନେ ମଧ୍ୟ ଘରୁ ବାହାରୁ ନାହାନ୍ତି । ସାଧାରଣତଃ ଜୀବ ଯନ୍ତୁମାନେ ରାତିରେ ବିଚରଣ କରନ୍ତି । କିନ୍ତୁ ସ୍ପଷ୍ଟ ଦିବାଲୋକରେ ମଧ୍ୟ ଏହି ବାଘଟି ନିର୍ଭୟରେ ବୁଲୁଥିବାର ନଜର ଆସିଛି । ଯଦି ଏପରି ପରିସ୍ଥିତି ରୁହେ ତେବେ ଲୋକମାନେ ଘରୁ ବାହାରି ପାରିବେନି । ତେବେ ବାଘ ହାତୀ ପ୍ରବଣ ଅଞ୍ଚଳକୁ ଯିବା ପାଇଁ ବାରମ୍ବାର ବାରଣ କରାଯାଇଥିଲେ ମଧ୍ୟ ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ନିୟମ ବିରୁଦ୍ଧ ହୋଇ ଏପରି ବିପଦଜ୍ଜନକ ସ୍ଥାନକୁ ବୁଲିବାକୁ ଯାଆନ୍ତି ଏବଂ ବିଭିନ୍ନ ସମସ୍ୟାର ସାମ୍ନା କରନ୍ତି । ବାଘ ଏପରି ଜଙ୍ଗଲ ଛାଡ଼ି ରାସ୍ତାରେ ବୁଲୁଥିବାରୁ ସାଧାରଣ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.