ପ୍ରେମିକ ବିବାହିତ ଜାଣି ମଧ୍ୟ ସଂପର୍କ ଭାଙ୍ଗିନଥିଲେ ପ୍ରେମିକା, ହେଲେ ପ୍ରେମିକାକୁ ଗାଡି ଚଢାଇ ମାରିବାକୁ ଉଦ୍ୟମ କଲା ପ୍ରେମିକ

ଅଶ୍ୱଜିତ ବିବାହିତ ବୋଲି ଗତ କିଛିଦିନ ତଳେ ପ୍ରିୟା ଜାଣିବାକୁ ପାଇଥିଲେ । ତଥାପି ତାଙ୍କ ସହିତ ସଂପର୍କ ଭାଙ୍ଗିନଥିଲେ । ଗତ ୧୧ ତାରିଖ ଦିନ ପ୍ରିୟା ଅଶ୍ୱଜିତଙ୍କୁ ଦେଖାକରିବା ପାଇଁ ମୁମ୍ବାଇର ଥାନେ ଅଞ୍ଚଳରେ ପ୍ରେମିକାକୁ ମାଡ଼ ମାରିବା ପରେ ଗାଡ଼ି ଚଢ଼ାଇ ମାରି ଦେବାକୁ ଉଦ୍ୟମ କଲା ପ୍ରେମିକ।

ମୋ ପ୍ରେମିକ ମୋ ଉପରେ କାର୍ ଚଢ଼ାଇ ଦେଲା ଆଉ ମୋତେ ରାସ୍ତା ଉପରେ ମରିବାକୁ ଛାଡ଼ି ଦେଲା ’। ଇଏ ହେଉଛି ପ୍ରେମିକାର ବଡ଼ ଅଭିଯୋଗ । ପ୍ରେମିକାକୁ ମାଡ଼ ମାରିବା ପରେ ଗାଡ଼ି ଚଢ଼ାଇ ମାରି ଦେବାକୁ ଉଦ୍ୟମ । ୨୬ ବର୍ଷୀୟା ବ୍ୟୁଟିସିଆନ ପ୍ରିୟା ଉମେନ୍ଦ୍ର ସିଂହ ନିଜ ପ୍ରେମିକ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ମୁମ୍ବାଇର ଥାନେରେ ଘଟିଛି ଏଭଳି ଘଟଣା ।

ଖବର ମୁତାବକ, ପ୍ରିୟା ଏବଂ ପ୍ରେମିକ ଅଶ୍ୱଜିତଙ୍କ ମଧ୍ୟରେ ଗତ ୪ ବର୍ଷ ହେଲାଣି ପ୍ରେମ ସଂପର୍କ ରହିଛି । ଅଶ୍ୱଜିତ ବିବାହିତ ବୋଲି ଗତ କିଛିଦିନ ତଳେ ପ୍ରିୟା ଜାଣିବାକୁ ପାଇଥିଲେ । ତଥାପି ତାଙ୍କ ସହିତ ସଂପର୍କ ଭାଙ୍ଗିନଥିଲେ । ଗତ ୧୧ ତାରିଖ ଦିନ ପ୍ରିୟା ଅଶ୍ୱଜିତଙ୍କୁ ଦେଖାକରିବା ପାଇଁ ମୁମ୍ବାଇର ଥାନେ ଅଞ୍ଚଳରେ ଏକ ହୋଟେଲକୁ ଯାଇଥିଲେ । ସେଠାରେ ସେ ଅଶ୍ୱଜିତ ଏବଂ ତାଙ୍କ ପତ୍ନୀଙ୍କୁ ଦେଖିଥିଲେ । ଏହାପରେ ପ୍ରିୟା ଏବଂ ଅଶ୍ୱଜିତଙ୍କ ମଧ୍ୟରେ ଝଗଡା ହୋଇଥିଲା । ସେଠାରେ ଥିବା ଅଶ୍ୱିଜିତଙ୍କ ସାଙ୍ଗ ପ୍ରିୟାକୁ ମାଡ ମାରିଥିଲେ । ପରେ ନିଜ ଏସୟୁଭି ଚଢ଼ାଇ ଜୀବନରୁ ମାରି ଦେବାକୁ ଚେଷ୍ଟା କରିଥିଲେ ବୋଲି ପ୍ରିୟା ଅଭିଯୋଗ କରିଛନ୍ତି ।

ଏହି ଘଟଣାରେ ପ୍ରିୟା ଗୁରୁତର ଆହତ ହୋଇଛନ୍ତି । ପ୍ରିୟା ଏବେ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଗୋଡ଼ର ହାଡ ଭାଙ୍ଗିଯାଇଛି ।ଅଶ୍ବଜିତ ହେଉଛନ୍ତି ମହାରାଷ୍ଟ୍ରର ଜଣେ ବରିଷ୍ଠ ପ୍ରଶାସକଙ୍କ ପୁଅ । ସେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ଲେଖିଛନ୍ତି । ପ୍ରିୟାଙ୍କ ଅଭିଯୋଗ ଉପରେ କାସରଡ଼ବଲି ପୋଲିସ୍ ତଦନ୍ତ କରୁଛି ।

ତେବେ ଅଶ୍ୱଜିତ ଜଣେ ପ୍ରଶାସନିକ ପୁଅ ହୋଇଥିବାରୁ ପୋଲିସ ତାଙ୍କ ନାମରେ କେସ୍‌ ଦାୟର କରିନଥିଲା । ଏହାପରେ ପ୍ରିୟା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସଂପୂର୍ଣ୍ଣ ଘଟଣା ବିଷୟରେ ସେୟାର କରିଥିଲେ । ପୋଷ୍ଟ ଭାଇରଲ ହେବା ପରେ କେସ୍‌ ଦାୟର କରିଥିଲା ପୋଲିସ । ମାମଲା ରୁଜୁ ହେବା ପରେ ପୋଲସ ଏହି ଘଟଣାର ଛାନଭିନ୍‌ କରୁଛି । ସମସ୍ତ ୩ ଜଣ ଅଭିଯୁକ୍ତଙ୍କ ନାମରେ କେସ୍‌ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.