ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ ଯାଉଥିବା ବେଳେ ଅଘଟଣ, ଟ୍ରକ ଚକା ତଳେ ଗଲା ଶ୍ୱଶୁର ଜ୍ୱାଇଁଙ୍କ ଜୀବନ

ଟ୍ରକ ଚକା ତଳେ ଗଲା ଶ୍ୱଶୁର ଜ୍ୱାଇଁଙ୍କ ଜୀବନ । ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମା ସ୍ଥିତ ଡିଏନକେ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି। ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ ଯାଉଥିବା ବେଳେ ବାମପଟୁ ଏକ ଟ୍ରକକୁ ଓଭରଟେକ୍‌ କରୁଥିବା ବେଳେ ଘଟିଲା ଦୁର୍ଘଟଣା 

ଉମରକୋଟ (କେନ୍ୟୁଜ): ଟ୍ରକ ଚକା ତଳେ ଗଲା ଶ୍ୱଶୁର ଜ୍ୱାଇଁଙ୍କ ଜୀବନ । ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମା ସ୍ଥିତ ଡିଏନକେ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି। ଏକ ଟ୍ରକରେ ନୂଆ ଚେଚିସ ଜୟପୁର ଯାଉଥିବା ବେଳେ ପୋଷ୍ଟ ଅଫିସ ନିକଟରେ ବାଇକରେ ଶ୍ୱଶୁର ଜ୍ୱାଇ ଓଭରଟେକ୍ କରିବା ସମୟରେ ଟ୍ରକ ତଳକୁ ଖସିପଡ଼ିଥିଲେ । ଫଳରେ ଉଭୟଙ୍କ ଉପରେ ଟ୍ରକ୍ ଚଢ଼ିଯାଇଥିଲା । ଘଟଣାସ୍ଥଳରେ ଜ୍ୱାଇଁଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ରରେ ଶ୍ୱଶୁରଙ୍କ ମୃତ୍ୟୁ ଘଟିଛି ।

ଖବର ଅନୁଯାୟୀ, ଭିମାଟିକିରା ଗାଁରେ ଗୋଟିଏ ଶୋକ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ ଶ୍ୱଶୁର-ଜ୍ୱାଇଁ । ଏହି ସମୟରେ ବାମପଟୁ ଏକ ଟ୍ରକକୁ ଓଭରଟେକ୍‌ କରୁଥିବା ବେଳେ ଘଟିଲା ଦୁର୍ଘଟଣା । ପଛ ପଟ ଚକା ତଳେ ପଡି ଦୁଇ ଜଣଙ୍କ ଜୀବନ ଚାଲିଯାଇଛି । ମୃତକ ଦୁହେଁ ସଂପର୍କରେ ଶ୍ୱଶୁର ଓ ଜ୍ୱାଇଁ ବୋଲି ଜଣାପଡିଛି । ଦୁଇ ମୃତକଙ୍କ ନାମ ଲକ୍ଷ୍ମଣ ଜାନି ଓ ଶ୍ଵଶୁର ବଳି ଜାନି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.