Fire-Boltt ଲଞ୍ଚ କଲା ମଜବୁତ୍‌ Bluetooth Calling ସ୍ମାର୍ଟଓ୍ଵାଚ, ୮ ଦିନ ପର୍ଯ୍ୟର୍ନ୍ତ ଚାଲିବ ବ୍ୟାଟେରୀ

ଦମଦାର ଫିଚର ସହ ଅସୁଥିବା ଏହି ସ୍ମାର୍ଟଓ୍ଵାଚର ନାଁ ହେଉଛି Fire-Boltt Armour smartwatch । ଲଞ୍ଚ ହୋଇଥିବା ଏହି ସ୍ମାର୍ଟଓ୍ଵାଚ୍‌ ବହୁତ ମଜବୁତ ଏବଂ ଷ୍ଟାଇଲିସ୍‌ ଥିବା ନଜର ଆସିଛି । ତେବେ ଆସନ୍ତୁ ଜାଣିବା ଏହାର ଦାମ ଏବଂ ଫିଚର୍ସ କଣ ରହିଛି ।

Fire-Boltt ଭାରତୀୟ ବଜାରରେ ନିଜର ସବୁଠାରୁ ଦମଦାର ଓ ମଜବୁତ ସ୍ମାର୍ଟଓ୍ଵାଚ୍‌ ଲଞ୍ଚ କରିଛି । ଦମଦାର ଫିଚର ସହ ଅସୁଥିବା ଏହି ସ୍ମାର୍ଟଓ୍ଵାଚର ନାଁ ହେଉଛି Fire-Boltt Armour smartwatch । ଲଞ୍ଚ ହୋଇଥିବା ଏହି ସ୍ମାର୍ଟଓ୍ଵାଚ୍‌ ବହୁତ ମଜବୁତ ଏବଂ ଷ୍ଟାଇଲିସ୍‌ ଥିବା ନଜର ଆସିଛି । ତେବେ ଆସନ୍ତୁ ଜାଣିବା ଏହାର ଦାମ ଏବଂ ଫିଚର୍ସ କଣ ରହିଛି ।

Fire-Boltt Armour smartwatchରେ ଥିବା ମେଟାଲ କେସ୍‌ ଏବଂ ଷ୍ଟ୍ରଙ୍ଗ୍‌ ଗ୍ଲାସ୍‌ ଏହାକୁ କୌଣସି ପ୍ରକାର କ୍ଷତି ପହଞ୍ଚିବାରୁ ବଞ୍ଚାଇଥାଏ । ସ୍ମାର୍ଟ ୱାଚରେ ୧.୬ ଇଞ୍ଚର ସ୍କ୍ରିନ୍ ରହିଛି । ଏଥିର ରିଜୋଲ୍ୟୁସନ ୪୦୦ x ୪୦୦ ପିକ୍ସେଲ ଏବଂ ୬୦୦ ନିଟ୍ସର ବ୍ରାଇଟନେସ ରହିଛି । ଏଥିରେ ଏକ ବୁଲୁଥିବା କ୍ରାଉନ ଏବଂ ପାୱାର ବଟନ୍ ରହିଛି ଯାହା ଆପଣଙ୍କୁ ସ୍କ୍ରିନ୍ ନେଭିଗେଟ୍ ଏବଂ ଫଙ୍କସନ୍ କଣ୍ଟ୍ରୋଲ୍ କରିବାରେ ସାହାଯ୍ୟ କରିବ । ସ୍ମାର୍ଟ ୱାଚ୍ ରେ ଏକାଧିକ ୱାଚ୍ ଫେସ୍ ଅପ୍ସନ୍ ଅଛି ଯାହା ଦ୍ୱାରା ଆପଣ ଆପଣଙ୍କର ବ୍ୟକ୍ତିଗତ ଲାଇଫ ଷ୍ଟାଇଲକୁ ଜାଣି ପାରିବେ ।

Fire-Boltt Armour smartwatch ଆପଣଙ୍କୁ ନିଜ ଫୋନରୁ କଲ କରିବାକୁ, କଣ୍ଟାକ୍ଟ ସିଙ୍କ କରିବାକୁ, ଭଏସ୍ ଆସିଷ୍ଟାଣ୍ଟ ବ୍ୟବହାର କରିବାକୁ, ସ୍ମାର୍ଟ ନୋଟିଫିକେସନ୍‌ ଗ୍ରହଣ କରିବାକୁ, ଷ୍ଟପୱାଚ୍ ଏବଂ ଆଲାର୍ମ ବ୍ୟବହାର କରିବାକୁ, ଏବଂ ମ୍ୟୁଜିକ୍ ପ୍ଲେ ବ୍ୟାକ୍ ଏବଂ କ୍ୟାମେରା ଫଙ୍କସନ୍‌ କଣ୍ଟ୍ରୋଲ କରିବାକୁ ଅନୁମତି ଦେଇଥାଏ । Fire-Boltt Armour smartwatchର ବ୍ୟାଟେରୀ ଲାଇଫ ଦମଦାର ରହିଛି । କ୍ଲାସିକ୍ ମୋଡ୍ ରେ ଏହା ୮ ଦିନ ପର୍ଯ୍ୟନ୍ତ ଚାଲି ପାରିବ । ବ୍ଲୁଟୁଥ୍ କଲିଂ ସହିତ ଏହା ୫ ଦିନ ପର୍ଯ୍ୟନ୍ତ ଚାଲିବ ଏବଂ ଷ୍ଟାଣ୍ଡବାଇ ମୋଡ୍ ରେ ଏହା ପାଖାପାଖି ୨୫ ଦିନ ପର୍ଯ୍ୟନ୍ତ ବ୍ୟବହାର କରି ହେବ ।

Fire-Boltt Armour smartwatchର ଦାମ ମାତ୍ର ୧,୪୯୯ ଟଙ୍କା ରହିଛି । ଏହା ବିଭିନ୍ନ କଲର ଅପ୍ସନରେ ମିଳୁଛି । ବ୍ଲାକ୍‌, କ୍ୟାମୋ ବ୍ଲାକ୍‌, ଗ୍ରୀନ୍‌, ଗୋଲ୍ଡ ବ୍ଲାକ୍‌, ସିଲଭର୍‌ ଗ୍ରୀନ୍‌ରେ ଆପଣ ଏହି ସ୍ମାର୍ଟଓ୍ଵାଚକୁ କିଣି ପାରିବେ । ଆପଣ ଏହାକୁ ଆମାଜନରୁ କିଣିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.