ବସ୍‌ରେ ଅର୍ଶଦୀପଙ୍କୁ କାହିଁକି ରାଗୁଛନ୍ତି ସୂର୍ଯ୍ୟକୁମାର ଯାଦବ ! ଭିଡିଓ ଭାଇରଲ

ପ୍ରଥମେ ସୂର୍ଯ୍ୟକୁମାର କାହାକୁ ଗାଳି କରୁଛନ୍ତି, ତାହା ଜାଣିବାକୁ ପାଇନଥିବା ବେଳେ ପରେ ଭିଡିଓରେ ଅର୍ଶଦୀପ ଦେଖାଯାଉଛନ୍ତି । ସୂର୍ଯ୍ୟ କୁମାରଙ୍କ ପଛ ସିଟରେ ଯାଇ ଅର୍ଶଦୀପ ବସୁଛନ୍ତି । ଦିନିକିଆ ସିରିଜ ପୂର୍ବରୁ ଏକ ଭିଡିଓ ସାମ୍ନାକୁ ଆସିଛି ।

ଭାରତୀୟ କ୍ରିକେଟ ଟିମ୍‌ ଏବେ ସାଉଥ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିବ । ଟି୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ କେଏଲ ରାହୁଲଙ୍କୁ ଦିନିକିଆ ଦାୟିତ୍ୱ ଦିଆଯାଇଛି । ଦିନିକିଆ ସିରିଜ ପୂର୍ବରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ବସ୍‌ ଭିତରେ ଆଙ୍ଗୁଠି ଦେଖାଇ ଅର୍ଶଦୀପଙ୍କୁ ଗାଳି କରୁଛନ୍ତି ସୂର୍ଯ୍ୟକୁମାର ଯାଦବ ।

ସୂର୍ଯ୍ୟକୁମାରଙ୍କ ଏହି ଭିଡିଓ ଭାଇରଲ ହେବାରେ ଲାଗିଛି । ପ୍ରଥମେ ସୂର୍ଯ୍ୟକୁମାର କାହାକୁ ଗାଳି କରୁଛନ୍ତି, ତାହା ଜାଣିବାକୁ ପାଇନଥିବା ବେଳେ ପରେ ଭିଡିଓରେ ଅର୍ଶଦୀପ ଦେଖାଯାଉଛନ୍ତି । ସୂର୍ଯ୍ୟ କୁମାରଙ୍କ ପଛ ସିଟରେ ଯାଇ ଅର୍ଶଦୀପ ବସୁଛନ୍ତି ।  ଭିଡିଓରେ ସୂର୍ଯ୍ୟକୁମାର ଯାଦବ ବୋଲର ଅର୍ଶଦୀପ ସିଂଙ୍କ ଉପରେ ରାଗୁଥିବାର ଦେଖିବାକୁ ମିଳିଛି । ସୂର୍ଯ୍ୟକୁମାର ଆଙ୍ଗୁଠି ଦେଖାଇ ଅର୍ଶଦୀପଙ୍କୁ ଗାଳି କରୁଛନ୍ତି । ତେବେ ଭିଡିଓରୁ କିଛି ସ୍ପଷ୍ଟ ଜଣାପଡୁନାହିଁ ।

ସୂର୍ଯ୍ୟକୁମାର ଯାଦବ ସାଉଥ ଆଫ୍ରିକା ବିପକ୍ଷ କର ବା ମର ଟି୨୦ ମ୍ୟାଚରେ ୫୫ ବଲରେ ଶତକୀୟ ପାଳି ଖେଳିଥିଲେ । ଏହି ଇନିଂସରେ ୭ଟି ଚଉକା ଏବଂ ୮ଟି ଛକା ମାରିଥିଲେ । ଏହି ସିରିଜ ୧-୧ରେ ସମାପ୍ତ ହୋଇଛି । ଏବେ ଟିମ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିବ । ଆସନ୍ତାକାଲି ଜୋହାନ୍ସବର୍ଗରେ ମ୍ୟାଚ ଖେଳାଯିବ । ଦିନ ୧.୩୦ ମିନିଟରୁ ଆରମ୍ଭ ହେବ ମ୍ୟାଚ୍‌ । ଦିନିକିଆ ସିରିଜର ଦାୟିତ୍ୱ କେଏଲ ରାହୁଲଙ୍କୁ ଦିଆଯାଇଛି । ତେବେ ଦିନିକିଆ ପରେ ଟେଷ୍ଟ ସିରିଜ ୨୬ ଡିସେମ୍ବରରୁ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.