ଚା’ ପିଇବା ସମୟରେ ଧ୍ୟାନ ଦିଅନ୍ତୁ ଏହି ସବୁ କଥା, ନଚେତ ସ୍ୱାସ୍ଥ୍ୟ ଉପରେ ପଡିପାରେ ଖରାପ ପ୍ରଭାବ

ସେହିପରି ସକାଳୁ ଉଠି ଲୋକଙ୍କ ମଧ୍ୟରେ ଚା’ ପିଇବାର ଅଭ୍ୟାସ ରହିଥାଏ । ଏପରି ମଧ୍ୟ ଲୋକଙ୍କୁ ଚା’ ବିନା ପୂରା ଦିନ ଭଲ ଲାଗିନଥାଏ । ହେଲେ ବେଳେବେଳେ ଲୋକମାନଙ୍କୁ ଚା’ ପିଇବା ବହୁତ ଭାରି ପଡିପାରେ । ସେଥିପାଇଁ ଚା’ ପିଇବା ସମୟରେ କିଛି ଖାସ୍‌ କଥାର ଧ୍ୟାନ ଦେବା ଉଚିତ ।

ଲୋକମାନଙ୍କ ବର୍ତ୍ତମାନର ଲାଇଫ୍‌ ଷ୍ଟାଇଲ୍‌ରେ ସେମାନେ ବିଭିନ୍ନ ପ୍ରକାରର ନୂଆ ନୂଆ ଖାଦ୍ୟ ଖାଇବା ଏବଂ ପିଇବା ପାଇଁ ପସନ୍ଦ କରନ୍ତି । ତେବେ ସେହି ସବୁ ଜିନିଷ ମଧ୍ୟରେ ଚା’ ଏକ ବିଶେଷ ପାନୀୟ ପଦାର୍ଥ ହୋଇଥାଏ । ତେବେ ଚା’ ଏକ ଏପରି ଜିନିଷ ଯାହାକୁ ପିଇବା ପାଇଁ ସବୁ ଲୋକ ବହୁତ ଲଭ ପାଆନ୍ତି । ଲୋକମାନେ ସବୁ ସମୟରେ ଚା’ ପିଇବା ପାଇଁ ପସନ୍ଦ କରିଥାନ୍ତି, କିନ୍ତୁ ଖାସ୍‌ ଭାବେ ଶୀତ ଦିନେ ଚା’ ପିଇବା ପାଇଁ ଲୋକମାନେ ଭଲ ପାଇଥାନ୍ତି । ଚା’ ଏକ ଏପରି ଜିନିଷ ଯାହା ଲୋକମାନେ ସକାଳୁ ଉଠିବା ମାତ୍ରେ ତାଙ୍କୁ ଦରକାର ହୋଇଥାଏ । ତେବେ କିଛି ଲୋକ ତ ଏପରି ଅଛନ୍ତି ଯେଉଁମାନଙ୍କ ଦିନର ଆରମ୍ଭ ସକାଳର ଚା’ରୁ ହିଁ ହୋଇଥାଏ ।

ସେହିପରି ସକାଳୁ ଉଠି ଲୋକଙ୍କ ମଧ୍ୟରେ ଚା’ ପିଇବାର ଅଭ୍ୟାସ ରହିଥାଏ । ଏପରି ମଧ୍ୟ ଲୋକଙ୍କୁ ଚା’ ବିନା ପୂରା ଦିନ ଭଲ ଲାଗିନଥାଏ । ହେଲେ ବେଳେବେଳେ ଲୋକମାନଙ୍କୁ ଚା’ ପିଇବା ବହୁତ ଭାରି ପଡିପାରେ । ସେଥିପାଇଁ ଚା’ ପିଇବା ସମୟରେ କିଛି ଖାସ୍‌ କଥାର ଧ୍ୟାନ ଦେବା ଉଚିତ । ନଚେତ ବିଭିନ୍ନ ପ୍ରକାରର ରୋଗ ଆପଣଙ୍କୁ ହୋଇପାରେ । ସେଥିପାଇଁ ଆମେ ଆଜି ଆପଣଙ୍କୁ କିଛି ବିଶେଷ କଥା ବିଷୟରେ ଜଣାଇବୁ ଯାହାକୁ ଆପଣ ଚା’ପିଇବା ସମୟରେ ଧ୍ୟାନ ଦେବାକୁ ପଡିବା । ଯଦି ଆପଣ ଏହି ସବୁ କଥାର ଧ୍ୟାନ ଦେଉଛନ୍ତି, ତାହେଲେ ଆପଣ ଅନେକ ପ୍ରକାରର ରୋଗର ବଞ୍ଚି ପାରିବେ ।

ଅନେକ ଲୋକ ଅଛନ୍ତି ସକାଳୁ ଉଠିବା ମାତ୍ରେ ଚା’ ପିଇଥାନ୍ତି, କିନ୍ତୁ ଆପଣ ଏହି କଥାରେ ଧ୍ୟାନ ଦେବା ଉଚିତ ଯେ ଖାଲି ପେଟରେ କେବେ ହେଲେ ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ ଠିକ୍‌ ନୁହେଁ । ଯଦି ଆପଣ ଏପରି କରୁଛନ୍ତି ତାହେଲେ ଆପଣଙ୍କ ଦେହ ବହୁତ ଖରାପ ଲାଗିବା ସହ ପୂରା ଦିନ ପେଟ ଜଲିବା ସହ ଏସିଡିଟି ମଧ୍ୟ ହୋଇପାରେ ।

ଏହା ସହ ଆପଣଙ୍କୁ ଯେକୌଣସି ଖାଇବା ଏବଂ ପିଇବା ଜିନିଷ ସହିତ ଚା’ ପିଇବା ଉଚିତ କଥା ନୁହେଁ । ସେଥିପାଇଁ ଆପଣଙ୍କୁ ଚା’ ପିଇବା ପୂର୍ବରୁ କିମ୍ବା ପରେ ଯେକୌଣସି ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ଠିକ୍‌ ହୋଇଥାଏ । ଯଦି ଆପଣ ଏହି ସବୁ କଥାର ଧ୍ୟାନ ନ ରଖିବେ ତାହେଲେ ଆପଣଙ୍କୁ ପୂରା ଦିନ ମୁଣ୍ଡ ବିନ୍ଧା ହୋଇପାରେ ।

ଆପଣମାନେ ତ ଜାଣିଥିବେ ଯେ ପ୍ଲାଷ୍ଟକ୍‌ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ହୋଇଥାଏ । ସେଥିପାଇଁ ଆପଣଙ୍କୁ ପ୍ଲାଷ୍ଟିକ୍‌ କପ୍‌ରେ କେବେ ହେଲେ ଚା’ ପିଇବା କଥା ନୁହେଁ । ଯଦି ଆପଣ ଏପରି କରୁଛନ୍ତି ତାହେଲେ ଆପଣଙ୍କୁ ଅନେକ ରୋଗର ସାମ୍ନା କରିବାକୁ ପଡିପାରେ ଏବଂ ବିଭିନ୍ନ ରୋଗ ମଧ୍ୟ ହୋଇପାରେ ।

ଅନେକ ଲୋକ ଅଛନ୍ତି ଯେଉଁମାନେ ଚା’ ସହିତ ଲେମ୍ବୁ ମିଶାଇ ପିଇବା ପାଇଁ ପସନ୍ଦ କରନ୍ତି । କିନ୍ତୁ ଆପଣ ଏପରି କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଠିକ୍‌ ହୋଇନଥାଏ । ଯଦି ଆପଣ ଏପରି କରୁଛନ୍ତି ତାହେଲେ ଆପଣଙ୍କୁ ଏସିଡିଟି ଭଳି ସମସ୍ୟା ମଧ୍ୟ ହୋଇପାରେ । ସେଥିପାଇଁ ଆପଣ ଏପରି କରନ୍ତୁ ନାହିଁ ।

ଚା’ ପିଇବା ସମୟରେ ଆପଣଙ୍କ କେବେ ହେଲେ କୌଣସି ପ୍ରକାରର ଥଣ୍ଡା ଜିନିଷ କିମ୍ବା ଥଣ୍ଡା ପାଣି ପିଇବା କଥା ନୁହେଁ । ଏପରି କରିବା ଦ୍ୱାରା ଆପଣଙ୍କ ପେଟ ଏବଂ ହଜମ ଶକ୍ତି ଉପରେ ଏହାର ପ୍ରଭାବ ପଡିପାରେ । ଯାହା ଦ୍ୱାରା ଏସିଡିଟି ଏବଂ ଗ୍ୟାସ୍‌ ସମସ୍ୟା ହୋଇପାରେ । ସେଥିପାଇଁ ଆପଣଙ୍କୁ ଚା’ ପିଇବା ସମୟରେ ଏହି ସବୁ କଥାର ବିଶେଷ ଧ୍ୟାନ ଦେବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.