Below header

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କମିବ ବର୍ଷା

ଭୁବନେଶ୍ବର (କେନ୍ଯୁଜ୍) : ଦୁର୍ବଳ ହେଉଛି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ । ଓଡିଶାରୁ ଏହା ମଧ୍ୟପ୍ରଦେଶ ଆଡକୁ ଅପସରି ଯାଇଛି । ଫଳରେ ଆସନ୍ତା ୨୪ ଘଣ୍ଟା ଭିତରେ ସାରା ରାଜ୍ୟରେ ବର୍ଷାର ପରିମାଣ କମିବ । ଏହା ସହ ଦୁର୍ବଳ ମୌସୁମୀ ଯୋଗୁଁ ଉତ୍ତର ଓଡିଶା, ଦକ୍ଷିଣ ଓଡିଶା,ଉତ୍ତର ଉପକୂଳ ଓଡିଶାରେ ଅଳ୍ପ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୨ରୁ ୩ ଦିନ ଯାଏଁ ଏଭଳି ବର୍ଷା ଲାଗି ରହିବ । ୩ରୁ ୪ ଦିନ ପରେ ବର୍ଷାର ପରିମାଣ ପୁଣି ବଢିବା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.