Below header

ସ୍କୁଲରେ ଚାଲିଥିଲା ଭେଜାଲ ବିଦେଶୀ ମଦ ବ୍ୟବସାୟ: ଅବକାରି ବିଭାଗର ଚଢାଉ, ୨ଗିରଫ

ରାଉଲକେଲା(କେନ୍ୟୁଜ୍): ସ୍କୁଲରେ ମଦ ବ୍ୟବସାୟ । ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଫୁଲଝର ଗାଁର ଏକ ଘରୋଇ ସ୍କୁଲରେ ଚାଲୁଥିଲା ଭେଜାଲ ବିଦେଶୀ ମଦ ବ୍ୟବସାୟ । ଖବର ପାଇ ଚଢଉ କରିଥିଲା ରାଉରକେଲା ଅବକାରୀ ବିଭାଗ । ଚଢଉ ବେଳେ ୯୩୬ ଲିଟର ନକଲି ଦେଶୀ ମଦ ଜବତ କରିଛି ଅବକାରି ବିଭାଗ । ଘଟଣାରେ ମଦ ବ୍ୟବସାୟୀ ପବନ ମିତ୍ତଲ ଓ ଘରୋଇ ସ୍କୁଲ ମାଲିକ ସୁରେନ୍ଦ୍ର ଡାଇକଙ୍କୁ ଗିରଫ କରଯାଇଛି ।

ଉଭୟଙ୍କ ନିକଟରୁ ମଦ ତିଆରିରେ ବ୍ୟବହୃତ ବିପୁଳ ପରିମାଣର ଲେବୁଲ, କ୍ୟାପ୍‌, ଇଏଏଲ, ଖାଲି ବୋତଲ, ଗୋଟିଏ କାର ଜବତ ହୋଇଛି । ଝାଡ଼ଖଣ୍ଡରୁ ନକଲି ବିଦେଶୀ ମଦ ଆଣି ବିଭିନ୍ନ ଢାବାରେ ବିକ୍ରୀ କରୁଥିବା ଅବକାରୀ ବିଭାଗ ତଦନ୍ତରୁ ଜଣାପଡ଼ିଛି । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.