Below header

ଆମ୍ବୁଲାନ୍ସ ଭିତରେ ମଦ ବୋତଲ ସାଙ୍ଗକୁ ଚାଖଣା, ଭିଡିଓ ଭାଇରାଲ ପରେ ଜୋର ଧରିଛି ଚର୍ଚ୍ଚା

ଖୋର୍ଦ୍ଧା: ୧୦୮ ଆମ୍ବୁଲାନ୍ସ ରାଜ୍ୟବାସୀଙ୍କ ପାଇଁ ମାଗଣା ଚିକିତ୍ସା ସେବାର ଏକ ମାଧ୍ୟମ । ରୋଗୀଙ୍କୁ ଘରୁ ସରକାରୀ ଡାକ୍ତରଖାନାକୁ ନେବା ପାଇଁ ବ୍ୟବସ୍ଥା କରାଯାଇଛି ଏହି ଆମ୍ବୁଲାନ୍ସ ସେବା । ହେଲେ  ଆମ୍ବୁଲାନ୍ସ ଭିତରେ ଦେଖିବାକୁ ମିଳିଛି ମଦ ବୋତଲ ସହିତ ଚାଖଣା । ତାହାପୁଣି ଡ୍ରାଇଭର ସିଟ୍‌ ପାଖରେ । କରୋନା ସମୟରେ ରୋଗୀ ସେବା କମ୍‌ ହେଉଛି ତ ତେଣୁ ଟିକେ ନିଶାପାଣି ଦରକାର । ତେବେ ଗୋଟିଏ ନୁହେଁ ପାଖାପାଖି ତିନି ଚାରିଟି ବୋତଲ ସଜା ହୋଇ ରହିଛି । ଏହି ଆମ୍ବୁଲାନ୍ସର ଗାଡି ନମ୍ବର OD 02 BJ 9731 ରେ ।

ତେବେ ଆମ୍ବୁଲାନ୍ସରେ ଇଏ ଯେଉଁ କାରବାର ହେଉଛି ତାହା ମଦ ଚାଲାଣ ନା କେହି ଏତିରେ ନିଜେ ପିଇବା ପାଇଁ ରଖିଛି ସେକଥା ସ୍ପଷ୍ଟ ହୋଇନାହିଁ । ହେଲେ ଏକଥା ସ୍ପଷ୍ଟ ହୋଇଛି ଯେ ଏହି ଆମ୍ବୁଲାନ୍ସରେ ମଦ ରହିଥିଲା । ଗାଡ଼ିଟି ହେଉଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆମ୍ବୁଲାନ୍ସ । ଏଥିରେ ମଦ ଥିବା ଭିଡିଓ ଭାଇରାଲ ହୋଇଛି । ଏହାକୁ ନେଇ ତଦନ୍ତ ହେବା ନିହାତି ଜରୁରୀ । କାରଣ ଏହି ଲକ୍‌ଡାଉନ୍‌ ସମୟରେ ୧୦୮ ଆମ୍ବୁଲାନ୍ସର ଦାୟିତ୍ୱ ବହୁମାତ୍ରାରେ ବଢ଼ି ଯାଇଛି । ପୁଣି ଏହି ସଂକଟ ସମୟରେ କିଛି ଡ୍ରାଇଭର ୧୦୮ ଆମ୍ବୁଲାନ୍ସରେ ଯାତ୍ରୀ ବୁହା କାମ କରୁଥିଲେ । ଧରାପଡ଼ି ଦଣ୍ଡିତ ହୋଇଛନ୍ତି । ତେଣୁ ଜଟଣୀ ଘଟଣାଟି ସତ ନା ଏହା ପଛରେ କିଛି ଷଡ଼ଯନ୍ତ୍ର ରହିଛି ତାର ପର୍ଦ୍ଦାଫାସ୍‌ ହେବା ଦରକାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.