Below header

ଲକଡାଉନ କଟକଣା ସତ୍ତ୍ୱେ ଧୁମଧାମରେ ହାଇପ୍ରୋଫାଇଲ ବାହାଘର, ଏଚଡ଼ି କୁମାରସ୍ୱାମୀଙ୍କ ପୁଅ କଲେ ଭବ୍ୟ ବିବାହ

କାରୋନା ଭାଇରସ କାରଣରୁ ପୂରା ଦେଶରେ ଲକଡାଉନ ଜାରି ରହିଛି। ଏହି ସମୟରେ ଘରେ ରହିବ ସହିତ ସାମାଜିକ ଦୂରତା ରକ୍ଷା କରିବାକୁ ସରକାର ଅନୁରୋଧ କରିଛନ୍ତି। ତେବେ ଏହି ସବୁ ମଧ୍ୟରେ କର୍ଣ୍ଣାଟକର ଏକ ହାଇପ୍ରୋଫାଇଲ ବାହାଘର ଲକଡାଉନ ନିୟମ ଉଲଂଘନର ଉଦାହରଣ ପାଲଟିଛି।

kumarswamiପୂର୍ବ ମୁଖ୍ୟମନ୍ତ୍ରୀ ଏଚଡ଼ି କୁମାରସ୍ୱାମୀ ରାଜ୍ୟର ରାଜଧାନୀ ବେଙ୍ଗାଲୁରୁ ଠାରୁ ପ୍ରାୟ ୨୮ କିଲୋମିଟର ଦୂର ଏକ ଫାର୍ମହାଉସରେ ପୂର୍ବ ମନ୍ତ୍ରୀଙ୍କର ନାତୁଣୀ ରେବତୀଙ୍କୁ ବିବାହ କରିଛନ୍ତି। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଠାରୁ ପ୍ରାୟ ୨୮ କିମି ଦୂର ରାମନାଗରା ସ୍ଥିତ ଫାର୍ମ ହାଉସରେ ଏହି ବିବାହ ସମାରୋହ ଆୟୋଜିତ ହୋଇଛି।


ବିବାହ ସମାରୋହର ଫଟୋରେ ପରିସ୍କାର ଭାବରେ ଜଣା ପଡୁଛି ଯେ ଉପସ୍ଥିତ ଥିବା ଲୋକେ କେହି ହେଲେ ବି ଜଣେ ମାସ୍କ କିମ୍ବା ଗ୍ଲୋବ୍ସ ଲଗାଇ ନାହାନ୍ତି। ସାମାଜିକ ଦୂରତା କଥା ତ ନ କହିବା ଭଲ। ଏହି ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଏହାକୁ ଦେଖି ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ସମେତ ଆହୁରି ଅନେକ ନିଜର ପ୍ରତିକ୍ରିୟା ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.