Below header

ଓଲଟିଲା ମଦ ବୋଝେଇ ପିକଅପ୍ ଭ୍ଯାନ୍, ୧୨ ଲକ୍ଷ ଟଙ୍କାର ମଦ ବୋହିନେଲେ ଲୋକେ

ସୋର(କେନ୍ୟୁଜ୍): ଓଲଟିଲା ମଦ ବୋଝେଇ ପିକଅପ୍ ଭ୍ଯାନ୍, ବୋହିନେଲେ ଲୋକେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ୧୬ନମ୍ବର ଜାତୀୟ ରାଜପଥ ଛଅ ପୋଳିଆ ଠାରେ। ଏକ ମଦ ଭର୍ତ୍ତି ପିକଅପ ଭ୍ଯାନ୍ ହଠାତ୍ ଭାରସାମ୍ଯ ହରାଇ ରାସ୍ତା ଉପରେ ଓଲିଟି ପଡିଥିଲା।

ପିକଅପରେ ଥିବା ୬୬ ପେକେଟ ବିୟର ଓ ୬୩ ପେଟି ରମକୁ ଲୋକେ ବୋହି ନେଇଥିଲେ । ବହୁ ସମୟ ଧରି ମଦ ବୋହି ନେବାକୁ ଚାଲିଥିଲା ଜୋରଦାର କସରତ। ସୋର ପୋଲିସ୍ ଉପସ୍ଥିତରେ ମଦ ବୋହି ନେଇଥିଲେ ଲୋକେ । ପିକଅପଟି ବାଲେଶ୍ୱର ଖାନ ନଗର ସରକାରୀ ଡିପୋରୁ ଜାମୁଝାଡି ମଦ କାଉଣ୍ଟରକୁ ଯିବା ବେଳେ ଓଲଟି ପଡିଥିଲା। ଏଥିରେ୧୨  ଲକ୍ଷ ଟଙ୍କାର ମଦ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.