ଗତ ୨୪ଘଣ୍ଟାରେ ରାଜ୍ଯରେ ୯୪୫ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୩୭୧ ନୂଆ କେସ୍‌

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୪୫ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୮୧୬ । ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୭୧ ନୂଆ କେସ୍‌ ଚିହ୍ନଟ ହୋଇଛନ୍ତି ।

ଅନ୍ଯପଟେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ପରେ ସରକାର କୋଭିଡ ହସ୍ପିଟାଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ବ୍ୟବସ୍ଥା କରିବା ଲାଗି ନିର୍ଦେଶ ଦିଆଯାଇଛି।

ହସ୍ପିଟାଲର ଆବଶ୍ୟକତା ଅନୁଯାୟୀ ମାନବସମ୍ବଳ ନିୟୋଜିତ କରିବା ଲାଗି କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଏ ସଂକ୍ରାନ୍ତରେ ସବୁ ମେଡିକାଲ କଲେଜ, ସିଡିଏମ୍‌ଓ, ସବୁ ନିର୍ଦେଶକ ଓ ଅନ୍ୟମାନଙ୍କୁ ଚିଠି ଲେଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.