Below header

ହଜାରେ ଟଙ୍କା ଜିତିବା ଲୋଭରେ ବୋତଲେ ମଦ ପିଇଦେଲେ ଯୁବକ, ୨ ମିନିଟ୍‌ରେ ହିଁ ଚାଲିଗଲା ଜୀବନ

ଲୋକମାନେ ମଜାରେ ଅନେକ ଥର ଏମିତି ସର୍ତ୍ତ ଲଗାଇ ଦିଅନ୍ତି, ଯାହା ପରେ ତାଙ୍କ ପାଇଁ ହିଁ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ଚ୍ୟାଲେଞ୍ଜ ଦେବା ପରେ ଏହାକୁ ଜିତିବା ପାଇଁ ମଧ୍ୟ ଲୋକ ଯେ କୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ହୋଇଯାଇଥାନ୍ତି। ଏଭଳି ସ୍ଥିତିରେ ବେଳେ ବେଳେ ଏହା ଘାତକ ପ୍ରମାଣିତ ହୋଇଥାଏ। ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ସର୍ତ୍ତ ଜିତିବାକୁ ମଦର ପୂରା ବୋତଲ ଏକାସଙ୍ଗେ ପିଉଥିବା ଦେଖାଯାଇଛି। ଏହି ସର୍ତ୍ତ ଉକ୍ତ ବ୍ୟକ୍ତିଙ୍କ ପାଇଁ ପ୍ରାଣ ଘାତକ ସାବ୍ୟସ୍ତ ହୋଇଛି। ସୂଚନା ମୁତାବକ, ବୋତଲେ ମଦ ପିଇବା ପରେ ତାଙ୍କ ମୃତ୍ୟୁ ହୋଇଛି।

ଦକ୍ଷିଣ ଆଫ୍ରିକାରେ ଘଟିଛି ଏଭଳି ଘଟଣା:

ଏହି ଘଟଣା ଦକ୍ଷିଣ ଆଫ୍ରିକାର ବୋଲି ଜଣାଯାଇଛି। ଏଠାରେ ଜଣେ ବ୍ୟକ୍ତି ୧ ହଜାର ଟଙ୍କା ପାଇଁ ପୂରା ମଦ ବୋତଲକୁ ଏକ ନିଃଶ୍ୱାସରେ ପିଇ ଦେଇଥିଲେ। ପୋଲିସ ମୁତାବକ, ଏହି ଘଟଣା ଜୁଲାଇ ୧୦ର। ଏକ ରୋସ୍ତୋରାଁରେ କିଛି ଲୋକ ସର୍ତ୍ତ ଲଗାଇଥିଲେ ଯେ ଯିଏ ପ୍ରଥମେ ମଦ ବୋତଲକୁ ପିଇ ଦେବ ସେ ସର୍ତ୍ତ ଜିତିଯିବ ଓ ତାକୁ ୧ ହଜାର ଟଙ୍କା ମିଳିବ।

୨ ମିନିଟ୍‌ରେ ପିଇଗଲା ପୂରା ବୋତଲ:

ରିପୋର୍ଟ ମୁତାବକ, ବ୍ୟକ୍ତି ସର୍ତ୍ତ ଜିତିବା ପାଇଁ ବୋତଲେ ମଦକୁ ମାତ୍ର ୨ ମିନିଟ୍‌ରେ ହିଁ ପିଇ ଦେଇଥିଲେ। କିନ୍ତୁ ଏହାର ତୁରନ୍ତ ପରେ ତାଙ୍କ ଦେହ ଖରାପ ହୋଇଯାଇଥିଲା। ଲୋକମାନେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ପୂରା ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏ ନେଇ ପୋଲିସ କହିଛି, ଏକ ରୋସ୍ତୋରାଁରେ ଆଲକହଲର ଦୁରୂପଯୋଗର ସୂଚନା ମିଳିଥିଲା। କିଛି ଲୋକ ମଦ ପିଇବା ନେଇ କମ୍ପିଟେସନ୍‌ କରୁଥିଲେ। ଏଥିରେ ଜଣେ ବ୍ୟକ୍ତି ବେହୋସ୍‌ ହୋଇଯାଇଥିଲେ ଓ ହସ୍ପିଟାଲରେ ତାଙ୍କୁ ଡାକ୍ତର ମୃତ ଘୋଷିତ କରିଛନ୍ତି। ଏବେ ପୋଲିସ ଏହି ମାମଲାର ତଦନ୍ତ କରୁଛି।

Also Read: ଆଜି ପୃଥିବୀ ସହ ଧକ୍କା ହେବ ସୌର ଝଡ଼ ! ବନ୍ଦ ହୋଇଯିବ ରେଡିଓ, ଜିପିଏସ୍‌, ସାଟେଲାଇଟ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.