‘ବ୍ରହ୍ମାସ୍ତ୍ର ୨’ରେ ଦୀପିକା ପାଦୁକୋନ୍‌ଙ୍କ ଏଣ୍ଟ୍ରି, ପାର୍ବତୀ ଭୂମିକାରେ ଆସିବେ ନଜର; ଆରମ୍ଭ କଲେଣି ସୁଟିଂ

ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବ୍ରହ୍ମାସ୍ତ୍ରକୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ ପ୍ରବଳ କ୍ରେଜ୍‌ ଦେଖିବାକୁ ମିଳିଛି। ସେପ୍ଟେମ୍ବର ୯ରେ ଏହି ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ପୂର୍ବରୁ ହିଁ ଲୋକମାନେ ଟ୍ରେଲରକୁ ବେଶ୍‌ ପସନ୍ଦ କରୁଛନ୍ତି ଓ ଏବେ ଫିଲ୍ମକୁ ଦେଖିବାକୁ ଆଗ୍ରହର ସହ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ୩ଟି ପାର୍ଟରେ ରିଲିଜ୍‌ ହେବ। ଚଳିତ ବର୍ଷ ଫିଲ୍ମର ପ୍ରଥମ ପାର୍ଟ ରିଲିଜ୍‌ ହେଉଛି। ଏଥିରେ ରଣବୀର କପୁର ଶିବା ଭୂମିକାରେ ଅଭିନୟ କରୁଥିବା ବେଳେ ଆଲିଆ ଭଟ୍ଟ ଈଶା ଭାବେ ନଜର ଆସିବେ। ଇତି ମଧ୍ୟରେ ଖବର ଆସିଛି ଯେ ବ୍ରହ୍ମାସ୍ତ୍ର ୨ରେ ଦୀପିକା ପାଦୁକୋନ୍‌ ଏଣ୍ଟ୍ରି କରୁଛନ୍ତି।

ପାର୍ବତୀ ଭୂମିକାରେ ଅଭିନୟ କରିବେ ଦୀପିକା ପାଦୁକୋନ୍‌:

ରିପୋର୍ଟ ମୁତାବକ, ଦୀପିକା ପାଦୁକୋନ୍‌ ବ୍ରହ୍ମାସ୍ତ୍ର ୨ରେ ଏକ ଖାସ୍‌ ଭୂମିକାରେ ନଜର ଆସିବେ। ସେ ପାର୍ବତୀ ଭୂମିକାରେ ଅଭିନୟ କରିବେ। ଏହାର ପ୍ରଥମ ପାର୍ଟରେ ଶିବା ଓ ଈଶାଙ୍କ କାହାଣୀ ନଜର ଆସିବ। ସେହିପରି ଦ୍ୱିତୀୟ କାହାଣୀରେ ଦେବ ଓ ପାର୍ବତୀ ଏଥିରେ ଯୋଡ଼ି ହେବେ। ଦେବ ରୋଲ ଆଉ କିଏ କରିବ ନା ପୁଣି ଏହି ରୋଲରେ ରଣବୀର କପୁର ନଜର ଆସିବେ ସେ ନେଇ ଜଣାପଡ଼ିନାହିଁ। କିନ୍ତୁ ପାର୍ବତୀ ଭୂମିକାରେ ଦୀପିକା ହିଁ ଅଭିନୟ କରିବେ ବୋଲି ସ୍ପଷ୍ଟ ହୋଇଛି। କୁହାଯାଉଛି ଦୀପିକା ଏହାର ସୁଟିଂ ମଧ୍ୟ କରିସାରିଲେଣି।

ଟ୍ରେଲରରେ ମଧ୍ୟ ଦୀପିକା ଥିବା ନେଇ କୁହାଯାଉଥିଲା:

ବ୍ରହ୍ମାସ୍ତ୍ରର ଟ୍ରେଲର ରିଲିଜ୍‌ ହେବା ବେଳେ କୁହାଯାଉଥିଲା ଯେ ଏଥିରେ ଦୀପିକାଙ୍କର ଝଲକ୍‌ ଦେଖାଯାଇଛି। ଫିଲ୍ମରେ ସେ ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଥିଲା। ଏବେ ଏହି ଖବର ସାମ୍ନାକୁ ଆସିବା ପରେ ଦୀପିକା ବି ବ୍ରହ୍ମାସ୍ତ୍ରରେ ଥିବା ସ୍ପଷ୍ଟ ହୋଇଛି।

Also Read: ହଜାରେ ଟଙ୍କା ଜିତିବା ଲୋଭରେ ବୋତଲେ ମଦ ପିଇଦେଲେ ଯୁବକ, ୨ ମିନିଟ୍‌ରେ ହିଁ ଚାଲିଗଲା ଜୀବନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.