ଜୁଆଖେଳ ଚାଲିଥିବା ବେଳେ ଆସିକା ଥାନା ପୋଲିସର ଚଢ଼ାଉ, ୮ ଜୁଆଡି ଗିରଫ

ଭଞ୍ଜନଗର(କେନ୍ୟୁଜ୍): ଜୁଆଖେଳ ଚାଲିଥିବା ବେଳେ , ଗଂଜାମ ଜିଲ୍ଲା ଆସିକା ଥାନା ପୋଲିସର ଚଢ଼ାଉ ‌। ଘଟଣାସ୍ଥଳରୁ ୮ ଜଣ ଜୁଆଡିଙ୍କୁ କଲା ଗିରଫ । ଏହାସହ ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ୫୪ ହଜାର ଟଙ୍କା , ୪ ଟି ମୋଟର ସାଇକେଲ ଓ ୮ ଟି ମୋବାଇଲ ଜବତ କରିଛି ପୋଲିସ୍ ।

ଆସିକା ଥାନା ଅନ୍ତର୍ଗତ ଲଛମନପଲ୍ଲୀ ଗାଁ ନିକଟରେ ଜୁଆଖେଳ ଚାଲିଥିବା ସୂଚନା ପାଇ, ଚଢ଼ାଉ କରିଥିଲା ପୋଲିସ୍ । ବିଭିନ୍ନ ସମୟରେ ଚାଲୁଥିବା ଜୁଆଖେଳ ରୋକିବା ପାଇଁ, ଗଂଜାମ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ ଜାରି ରଖିଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.