Below header

କଟକ: ଲକ୍ ଡାଉନ୍ ନିୟମ ଉଲଘଂନ ଓ ସାମାଜିକ ଦୂରତ୍ୱ ଭାଙ୍ଗି ସରକାରୀ ଟଙ୍କା ବାଣ୍ଟିଲେ ପୂର୍ବତନ କର୍ପୋରେଟର,ସଦର ଥାନାରେ ଏତଲା

ନିଆଳି (କେନ୍ୟୁଜ): ଲକ୍ ଡାଉନ୍ ନିୟମ ଉଲଘଂନ,ସାମାଜିକ ଦୂରତ୍ୱ ଭାଙ୍ଗି ସରକାରୀ ଟଙ୍କା ବାଣ୍ଟିଲେ ପୂର୍ବତନ କର୍ପୋରେଟର । ଲକ୍ ଡାଉନ୍ ନିୟମ ଉଲଘଂନ ନେଇ ପୂର୍ବତନ କର୍ପୋରେଟରଙ୍କ ନାମରେ କଟକ ସଦର ଥାନାରେ ଏତଲା । କଟକ ସଦର ଥାନା ଅନ୍ତର୍ଗତ କଟକ ମହାନଗର ନିଗମ ୫୬ ନମ୍ବର ଓ୍ବାର୍ଡରେ ପୂର୍ବତନ କର୍ପୋରେଟର ସଞ୍ଜୟ କୁମାର ବରାଳ ଟଙ୍କା ବଣ୍ଟନ ସମୟରେ ଉପସ୍ଥିତ ଥିବା ନୋଡାଲ ଅଫିସରଙ୍କ ନାମରେ ବିଜେପି କଟକ ନଗର ଜିଲ୍ଲା ପଞ୍ଚମୁଖୀ ମଣ୍ଡଳ ପକ୍ଷରୁ ପଞ୍ଚମୁଖୀ ମଣ୍ଡଳ ସଭାପତି ପ୍ରମୋଦ ଓଝା ଏବଂ ୫୬ ନମ୍ବର ଓ୍ବାର୍ଡ ପ୍ରମୁଖ ଭବାନୀ ଶଙ୍କର ନାୟକ କଟକ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

fir aganst corporater

ଲକ୍ ଡାଉନ୍ ସମୟରେ ସରକାରୀ ନିୟମ ଅନୁଯାୟୀ ଆଗୁଆ ତିନି ମାସର ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା ଓ ଅସାହାୟ ମହିଳାଙ୍କୁ ଭତ୍ତା ସହାୟତା ରାଶି କଟକ ମହାନଗର ନିଗମ ଅନ୍ତର୍ଗତ ୫୬ ନମ୍ବର ଓ୍ବାର୍ଡର ବିଭିନ୍ନ ଗ୍ରାମରେ ସିଏମସିର ନୋଡ଼ାଲ ଅଫିସର ଉପସ୍ଥିତ ଥାଇ ନିଜେ ସହାୟତା ଟଙ୍କା ବଣ୍ଟନ ନକରି ପୂର୍ବତନ ବିଜେଡି କର୍ପୋରେଟର ସଞ୍ଜୟ କୁମାର ବରାଳ ଲୋକ ମାନଙ୍କୁ ଏକତ୍ରିତ କରି ସାମାଜିକ ଦୂରତ୍ୱ ଭଙ୍ଗ କରି କରୋନା ମହାମାରୀ ପାଇଁ ଚାଲିଥିବା ଲକ୍ ଡାଉନ୍ ନିୟମକୁ ଉଲଘଂନ କରିବା ସହ ନିୟମ ଅନୁଯାୟୀ କୌଣସି ସରକାରୀ ସହାୟତା ଟଙ୍କା ବଣ୍ଟନ ସମୟରେ କୌଣସି ଦଳୀୟ କର୍ମୀ ବା ନେତା ହସ୍ତକ୍ଷେପ ନକରିବା ନିୟମକୁ ବେଖାତିର କରି ନିଜେ ସାମାଜିକ ଦୂରତ୍ୱ ଭଙ୍ଗ କରି ସହାୟତା ଟଙ୍କା ବଣ୍ଟନ କରିବା ସହ ସୋସିଆଲ ମିଡିଆରେ ଏହାର ଫଟୋ ସେୟାର କରିଥିଲେ । ଏହି ଖବର ଜଣାପଡିବା ପରେ ଭାରତୀୟ ଜନତା ପାର୍ଟି କଟକ ନଗର ଜିଲ୍ଲା ପଞ୍ଚମୁଖୀ ମଣ୍ଡଳ ପକ୍ଷରୁ କଟକ ସଦର ଥାନାରେ ଏନେଇ ଲିଖିତ ଅଭିଯୋଗ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.