Below header

ପ୍ରତିଦିନ ମହୁ ସହ ଖାଆନ୍ତୁ ଏହି ଜିନିଷ, ପାଞ୍ଚ ଗୁଣ ବଢ଼ିବ ଶରୀରର ରୋଗ ପ୍ରତିରୋଧକ କ୍ଷମତା

ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଇବା ନିହାତି ଆବଶ୍ୟକ । ବିଶେଷ କରି ଏବେକା ସମୟରେ କରୋନା ଭାଇରସରୁ ବର୍ତ୍ତିବା ପାଇଁ ନିଜ ନିଜ ଶରୀରର ଇମ୍ୟୁନିଟି କ୍ଷମତା ବୃଦ୍ଧି କରିବା ଉଚିତ । ଯଦି ଶରୀରର ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ରୁହେ, ତେବେ ଶରୀରକୁ ରୋଗ ଶୀଘ୍ର ଗ୍ରାସ କରିଥାଏ । କିନ୍ତୁ କିଛି ଘରୋଇ ଆୟୁର୍ବେଦ ଜିନିଷର ପ୍ରୟୋଗ ଦ୍ଵାରା ଆପଣ ନିଜ ଶରୀରକୁ ସୁସ୍ଥ ରଖିବା ସହିତ ଇମ୍ୟୁନିଟିକୁ ଷ୍ଟ୍ରଙ୍ଗ କରିପାରିବେ । ବିଶେଷ ଭାବେ ମହୁ ସହ ଯଦି କିଛି ରସୁଣ ପାଖୁଡା ଖାଆନ୍ତି ତେବେ ନିଶ୍ଚିତ ରୂପେ ଆପଣଙ୍କୁ ଅନେକ ଲାଭ ମିଳିପାରିବ । ତେବେ ଜାଣି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

୧. ମହୁ

୨. ରସୁଣ – ଗୋଟେ ପାଖୁଡା

୩. ରୋଜ ମେରୀ – ୩ ରୁ ୬ ଟି

honey with garlic

୪. ଥାଇମ-୧

ପ୍ରସ୍ତୁତି ପ୍ରଣାଳୀ:

୧. ପ୍ରଥମେ ରସୁଣ ପାଖୁଡା ସବୁକୁ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ । ଏହାକୁ କିଛି ପରିମାଣର ମହୁରେ ବତୁରାନ୍ତୁ । ପରେ ଏଥିରେ ୩ ରୁ ୬ ଟି ରୋଜମେରି ଓ ଏକ ଥାଇମ ମିଶାଇ ୩ ରୁ ୫ ଦିନ ପାଇଁ ରଖି ଦିଅନ୍ତୁ ।

୨. ଏହା ପରେ ଏହାକୁ ଫ୍ରିଜରେ ରଖି ଦିଅନ୍ତୁ ।

୩. ଏବେ ଆପଣ ଏଥିରୁ ୨ ରୁ ୩ ଟି ରସୁଣ ପ୍ରତିଦିନ ସେବନ କରନ୍ତୁ । ଏହା ଆପଣଙ୍କ ଇମ୍ୟୁନୋ ସିଷ୍ଟମ ବୁଷ୍ଟ କରିବା ସହ ସ୍ୱାସ୍ଥ୍ୟ ଜନିତ ସମସ୍ୟା ବି ଦୂର ହେବ ।

ଜାଣି ରଖନ୍ତୁ ଇମ୍ପ୍ଲାମେସନ, ଆଣ୍ଟିବାକ୍ଟେରିଆଲ, ଆଣ୍ଟିଆକ୍ସିଡେଣ୍ଟ, ଆଣ୍ଟିଭାଇରଲ, ଆଣ୍ଟି ଫଙ୍ଗଳା, ଆଣ୍ଟି ପେରସିଟିକ ଗୁଣରେ ଭରପୁର ରସୁଣ ସେବନ ଆପଣଙ୍କ ରାଗ ପ୍ରତିରୋଧ କ୍ଷମତା ବଢାଇବା ସହ ବ୍ରେନ, ଲଙ୍ଗସ, ବ୍ରେଷ୍ଟ କ୍ୟାନ୍ସର ଆଶଙ୍କାକୁ କମ କରିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.